www.samajalive.in
Sunday, December 14, 2025
19.1 C
Bhubaneswar

ଆଠଗଡ଼ରେ ଲୁଟିଆ ସକ୍ରିୟ, ପୁଲିସ ନିଷ୍କ୍ରିୟ

ଆଠଗଡ଼-ମୁଣ୍ଡଳୀ ରାସ୍ତାରେ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ମୋବାଇଲ ଓ ଟଙ୍କା

ଆଠଗଡ଼: ଆଠଗଡ଼ ଅଞ୍ଚଳରେ ଏବେ ଲୁଟିଆଙ୍କର ଆତଙ୍କରାଜ ଚାଲିଛି। ପୁଲିସକୁ ଖୋଲା ଚ୍ୟାଲେଞ ଦେଇ ଲୁଟିଆ ସ୍ପଷ୍ଟ ଦିବାଲୋକରେ ସହର, ଗ୍ରାମାଞ୍ଚଳ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଲୁଟ, ଛିନ୍ନତାଇ ଓ ରାହାଜାନୀ କରୁଥିବାରୁ ସାଧାରଣ ଲୋକ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଲୁଟିଆ ଯେତେ ସକ୍ରିୟ ହେଉଛନ୍ତି ପୁଲିସ ସେତିକି ନିଷ୍କ୍ରିୟ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗତ ୫ଦିନ ମଧ୍ୟରେ ତିନିଟି ଏହିଭଳି ଘଟଣା ଘଟିଥିବା ବେଳେ ପୁଲିସ କୌଣସି ଗୋଟିଏ ଘଟଣାରେ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ।

- Advertisement -

ଶୁକ୍ରବାର ସକାଳ ୮ଟାରେ ଆଠଗଡ଼-ମୁଣ୍ଡଳୀ ରାସ୍ତାରେ ମେଘା ଗଡ଼ା ନିକଟରେ ଭୁବନେଶ୍ୱରରୁ ଢ଼େଙ୍କାନାଳ ଯାଉଥିବା ଜଣେ ବାଇକ ଆରୋହୀ ଯୁବକକୁ ଦୁଇଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ୪୦ହଜାର ଟଙ୍କା ଓ ଏକ ମୋବାଇଲ ଲୁଟି ନେଇଥିବା ଜଣାପଡ଼ିଛି। ଖୋର୍ଦ୍ଧାଜିଲ୍ଲା ବେଣାଗାଡ଼ିଆପାଟଣା ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କ ପୁଅ କୁଲୁ ସାହୁ ନିଜ ବାଇକରେ ଭୁବନେଶ୍ୱରରୁ ଢ଼େଙ୍କାନାଳ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣ ଓ ଲୁଟର ଶିକାର ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାକଡ଼ରେ ସେ ପଡ଼ିଥିବା ବେଳେ ସେହିରାସ୍ତାରେ ଯାଉଥିବା ଦୁଇ ଯୁବକ ତାଙ୍କୁ ଉଦ୍ଧାର କରି ୧୦୮ ରୋଗୀବୁହା ଯାନରେ ଆଠଗଡ଼ ଡାକ୍ତରଖାନା ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ତାଙ୍କ ପକ୍ଷରୁ ଆଠଗଡ଼ ଥାନାରେ କୌଣସି ଲିଖିତ ଏତଲା ଦିଆଯାଇନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଆଠଗଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଆବଶ୍ୟକ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ନଥିବା ବେଳେ ଏକମାତ୍ର ବହୁ ପୁରୁଣାଗାଡ଼ି ନେଇ ପୁଲିସ ପୁରା ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କରିବା ଏକ କଷ୍ଟକର ବ୍ୟାପାର ହୋଇଛି। ତେଣୁ ଆଠଗଡ଼ରେ ଆବଶ୍ୟକ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ କରିବା ସହିତ ଦୁଇଟି ଗାଡ଼ି ଯୋଗାଇ ଦେବାପାଇଁ ଦାବି ହେଉଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories