BJD Bijuli 480×75 Mob

୩୧ ସରପଞ୍ଚ, ୨୨ ସମିତିସଭ୍ୟ ଓ ୧୮୯ୱାର୍ଡ ସଭ୍ୟଙ୍କ ପ୍ରାର୍ଥୀପତ୍ର ଦାଖଲ

BJD Bijuli 480×75 Mob

ଆଠଗଡ: ଆଠଗଡ ପଞ୍ଚାୟତ ସମିତିର ୩୪ଟି ପଞ୍ଚାୟତରେ ଗୁରୁବାର ୩୧ସରପଞ୍ଚ ପ୍ରାର୍ଥୀ, ୨୨ସମିତି ସଭ୍ୟ ଓ ୧୮୯ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାନଙ୍କ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସଙ୍କ ସୂଚନା ଦେଇଛନ୍ତି। ଅନନ୍ତପୁର, ବଡଭୂଇଁ, ଭୋଗରା, ଜୋରନ୍ଦା, ଧାଇପୁର, ଡାଳଭାଗ, ଦୋରଡ, ଇଚ୍ଛାପୁର, କଟକିଆସାହି, କଣ୍ଡରେଇ, ଖୁଣ୍ଟକଟା, ଖୁଣ୍ଟୁଣୀ, କୁଲାଇଲୋ, ମେଘା, ରାଧାଗୋବିନ୍ଦପୁର, ରାଧାକିଶୋରପୁର, ରାଧାକୃଷ୍ଣପୁର, ସଠିଲୋ ଓ ତରଡିଙ୍ଗ ଆଦି ୧୯ଟି ପଞ୍ଚାୟତରେ ମୋଟ ୩୧ଜଣ ସରପଞ୍ଚ ପ୍ରାର୍ଥୀ ନାମାନଙ୍କ ଦାଖଲ କରିଛନ୍ତି। ଗତ ୩ଦିନର ନାମାଙ୍କନକୁ ହିସାବକୁ ନେଲେ ବର୍ତ୍ତମାନ ସୁଦ୍ଧା ୭୨ଜଣ ଆଶାୟୀ ପ୍ରାର୍ଥୀ ସରପଞ୍ଚ ପଦବୀ ଲାଗି ପ୍ରାର୍ଥୀପତ୍ର ନିଜ ନିଜ ପଞ୍ଚାୟତରେ ଦାଖଲ କରିଛନ୍ତି। ସେହିପରି ଅନନ୍ତପୁର, ବଡଭୂଇଁ, ଧାଇପୁର, ଇଚ୍ଛାପୁର, ଜୋରନ୍ଦା, ଖୁଣ୍ଟୁଣୀ, ମହାକାଳବସ୍ତ, ମଞ୍ଚେଶ୍ୱର, ମେଘା, ଓରନ୍ଦା, ରାଧାଗୋବିନ୍ଦପୁର, ସଠିଲୋ ଓ ତରଡିଙ୍ଗ ଆଦି ୧୩ଟି ପଞ୍ଚାୟତ ପାଇଁ ୨୨ଜଣ ସମିତି ସଭ୍ୟ ପ୍ରାର୍ଥୀ ଆଠଗଡ ବ୍ଲକ କାର୍ଯ୍ୟାଳୟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୂର୍ବ ୩ଦିନକୁ ହିସାବକୁ ନେଲେ ଅଦ୍ୟାବଧି ୪୦ଜଣ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥି ସହିତ ଗୁରୁବାର ୩୩ଟି ପଞ୍ଚାୟତରେ ୧୮୯ ୱାର୍ଡସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବ ୩ଦିନର ହିସାବକୁ ନେଲେ ଆଜିସୁଦ୍ଧା ମୋଟ ୪୮୬ ୱାର୍ଡ ସଭ୍ୟ ପଦବୀ ପାଇଁ ୩୭୯ଜଣ ଆଶାୟୀ ପ୍ରାର୍ଥୀ ନାମାନଙ୍କ ଦାଖଲ କରିଛନ୍ତି।

ଆଠଗଡ ଉପଖଣ୍ଡର ୪ଟି ବ୍ଲକ ଯଥା ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁର ବ୍ଲକ ଅନ୍ତର୍ଗତ ୧୨ଟି ଜିଲାପରିଷଦ ଆସନ ପାଇଁ ଅଦ୍ୟାବଧି ମାତ୍ର ୧୬ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୬୧ଜଣ ଆଶାୟୀ ଏବେ ସୁଦ୍ଧା ନାମାଙ୍କନ ଫର୍ମ କ୍ରୟ କରିଛନ୍ତି। ଗୁରୁବାର ଆଠଗଡ ଉପଜିଲାପାଳ ତଥା ଜିଲ୍ଲାପରିଷଦ ନିର୍ବାଚନ ଅଧିକାରୀ ହେମନ୍ତ କୁମାର ସ୍ୱାଇଁଙ୍କ ନିକଟରେ ମୋଟ ୭ଜଣ ଜିଲାପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଠଗଡ ୧ନଂ ଜୋନ (ମହିଳା)ରେ ବିଜେପି ପ୍ରାର୍ଥୀନୀ ମିନାକ୍ଷୀ ସାହୁ, ତିଗିରିଆ ୨ନଂ ଜୋନ (ଅଣସଂରକ୍ଷିତ)ରୁ ସ୍ୱାଧୀନ ପ୍ରାର୍ଥୀ ହୃଷିକେଶ ସାହୁ, ନରସିଂହପୁର ୧ ନଂ ଜୋନ(ମହିଳା) ଆମ ଆଦମୀ ପାର୍ଟିର ପ୍ରାର୍ଥୀନୀ ମମତା ସାହୁ, ନରସିଂହପୁର ୪ନଂ ଜୋନ(ଅଣସଂରକ୍ଷିତ) ରୁ ଆମ ଆଦମୀ ପାର୍ଟିର ଅଞ୍ଜନ କୁମାର ସାହୁ, ବଡମ୍ବା ୧ନଂ ଜୋନ(ମହିଳା)ରୁ ଆମ ଆଦମୀ ପାର୍ଟିର ଅନିତା ରାଉତ, ବଡମ୍ବା ୨ନଂ ଜୋନ (ଅଣସଂରକ୍ଷିତ)ରୁ ସୁପ୍ରିମ ଜିରୋ ପାର୍ଟି ଅଫ ଭାରତର ସୋନାଲି ମହାନ୍ତି, ବଡମ୍ବା ୨ନଂ(ଅଣସଂରକ୍ଷିତ)ରୁ ଆମ ଆଦମୀ ପାର୍ଟିର ନିରଞ୍ଜନ ପତି ନାମାଙ୍କନପତ୍ର ଦାଖଲ କରିଥିଲେ। ଅଦ୍ୟାବଧି ଫର୍ମ ନେଇଥିବା ୬୧ଜଣଙ୍କ ମଧ୍ୟରୁ ମାତ୍ର ୧୫ଜଣ ନାମାଙ୍କନ କରିଥିବାରୁ ଆଗାମୀ କାଲି ଶେଷ ଦିନରେ ବାକି ସବୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଆଶା କରାଯାଉଛି।

Comments are closed.