ଦାଦା ବଟି ନଦେବାରୁ ଠିକାସଂସ୍ଥା ଉପରେ ବୋମାମାଡ
ଆଠଗଡ: ଆଠଗଡ ବ୍ଲକର ପ୍ରତ୍ୟେକ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ କନ୍ଦରପୁରଠାରେ ଏକ ପ୍ରକଳ୍ପ କାର୍ଯ୍ୟ ଚାଲିଛି । କଳ୍ପତରୁ ଏଜେନସି ଠାରୁ ବହୁ ସ୍ଥାନୀୟ ଠିକାଦାର ପେଟି କାମ ନେଇ ଏହି ପ୍ରକଳ୍ପ ନିର୍ମାଣ କାମ କରୁଛନ୍ତି। ଏଭଳିଭାବେ ଏକ ଠିକା ସଂସ୍ଥା କନ୍ଦରପୁରର ମହାନଦୀ କୂଳରେ ଏକ ପାଣି ଟାଙ୍କି ନିର୍ମାଣ କରୁଥିଲା । ମଙ୍ଗଳବାର ମଧ୍ୟାହ୍ନରେ ଏକ ବାଇକରେ ଦୁଇଜଣ ଅଜଣା ଯୁବକ ଆସି ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ କରୁଥିବା ଉକ୍ତ ଠିକା ସଂସ୍ଥାର କ୍ୟାମ୍ପରେ ଦାଦାବଟି ଦେବା ପାଇଁ ତାଗିଦ କରିଥିଲେ । ହେଲେ ଠିକା ସଂସ୍ଥା ଏଥି ପ୍ରତି ଦୃଷ୍ଟି ଦେଇନଥିଲେ । ପ୍ରାୟ ରାତି ୧୦ଟା ସମୟରେ ମହାନଦୀ କୂଳରେ ଥିବା ଉକ୍ତ ଠିକା ସଂସ୍ଥା କ୍ୟାମ୍ପ ଉପରକୁ ଦୁଇଟି ବୋମା ଓ କନ୍ଦରପୁର ଗାଁର ଧର୍ଯ୍ୟଧର ସାହୁଙ୍କ ଘର ଉପରକୁ ଦୁଇଟି ବୋମା ମାଡ କରି ଫେରାର ହୋଇଯାଇଥିଲେ। ଏଥିରେ କାହାର କିଛି କ୍ଷତି ହୋଇନି । ହେଲେ ଏହି ବୋମାମାଡ଼ ଘଟଣାରେ ଗାଁରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଆଠଗଡ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.