www.samajalive.in
Tuesday, December 9, 2025
26.1 C
Bhubaneswar

ରାଜ୍ୟାଭିଷେକ ସହିତ ଉଦ୍‍ଯାପିତ ହେଲା ଜଗନ୍ନାଥଜୀଉଙ୍କ ରାମଲୀଳା

ଆଠଗଡ: ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିଥିବା ଶ୍ରୀ ଜଗନ୍ନାଥ ଜୀଉ ରାମଲୀଳା ନାଟ୍ୟସଂଘ ୧୭ଦିନ ରାମଲୀଳା ପରିବେଷଣ କରିବା ପରେ ମଙ୍ଗଳବାର ଶ୍ରୀରାମଙ୍କର ରାଜ୍ୟାଭିଷେକ ସହିତ ଏହା ଉଦ୍‍ଯାପିତ ହୋଇଯାଇଛି । ବିଭିନ୍ନ ଦିନରେ ଶ୍ରୀରାମ ଜନ୍ମ, ସୀତା ବିବାହ, ରାମ ବନବାସ, ଭରତ ଭେଟ, ସୀତା ଚୋରୀ, ଲଙ୍କା ଦହନ, ସେତୁବନ୍ଦ ପ୍ରତିଷ୍ଠା, ମହୀରାବଣ ବଧ ଏବଂ ସୋମବାର ରାବଣ ବଧ ଗୀତିନାଟ୍ୟ ପରିବେଷଣ ହେବା ପରେ ମଙ୍ଗଳବାର ପ୍ରତ୍ୟୁଷରେ ଶ୍ରୀରାମଙ୍କର ରାଜ୍ୟାଭିଷେକ ହୋଇଥିଲା । ତାପରେ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ମାତା ସୀତାଙ୍କ ସମେତ ଶ୍ରୀ ହନୁମାନ, ଭରତ ଓ ଶତ୍ରୁଘ୍ନ ଏକ ଶୋଭାଯାତ୍ରାରେ ସମଗ୍ର ଆଠଗଡ ସହରର ବିଭିନ୍ନ ସାହି ବସ୍ତି ପରିକ୍ରମା କରିଥିଲେ ।

ଏହି ପରିକ୍ରମା କାଳରେ ବିଭିନ୍ନ ସାହିରେ ମହିଳାମାନେ ସେମାନଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଅନ୍ତିମ ରାତ୍ରିରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‍ଯାପନୀ ସମାରୋହରେ ଏନଏସିର ନଗରପାଳ ସସ୍ମିତା ରାଉତ ଏବଂ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ମହାପାତ୍ର ଅତିଥିଭାବେ ଯୋଗଦେଇ ଏହି ରାମଲୀଳା ସଂସ୍କୃତି ଓ ପରମ୍ପରା ଆଠଗଡରେ ଶାନ୍ତି, ମୈତ୍ରୀ ଓ ଭାଇଚାରା ପ୍ରତିଷ୍ଠାରେ ସହାୟକ ହେଉଛି ବୋଲି ମତବ୍ୟକ୍ତ କରିଥିଲେ ।

- Advertisement -

ଏହି ଅବସରରେ ବହୁ କଳାକାର ଏବଂ ରାମଲୀଳା ସହିତ ସଂଶ୍ଲିଷ୍ଟ ବିଭିନ୍ନ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ରୁଦ୍ର ଚରଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଂପାଦକ ରଞ୍ଜନ କୁମାର ଜେନା, କିଶୋର ଚନ୍ଦ୍ର ଦାସ, ଗଗନ ରଞ୍ଜନ ଦାସ, ସ୍ୱାଧୀନ ଜେନା, ମାନସ ଭକ୍ତା, ବଳରାମ ଜେନା, ଉପଦେଷ୍ଟା ସଂଜୟ ମହାନ୍ତି, ସହ ସଂପାଦକ ସୁଧାକର ସାହୁ, ରାମଲୀଳା ନିର୍ଦ୍ଦେଶକ ଶରତ ଚନ୍ଦ୍ର ଜେନା, ହରଶ ଭକ୍ତା ଓ ଜଗୁ ଚରଣ ଭକ୍ତା ପ୍ରମୁଖ ସହଯୋଗ କରିଥିଲେ ।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories