www.samajalive.in
Sunday, December 7, 2025
23.1 C
Bhubaneswar

ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଠାରେ ୫ଫୁଟ ଉଚ୍ଚ ବନ୍ୟାଜଳ ପ୍ରବାହିତ : ଆଠଗଡକୁ ଗମନାଗମନ ବନ୍ଦ

ଗୁରୁଡିଝାଟିଆ : ହୀରାକୁଦ ଅଧିକ ସଂଖ୍ୟକ ଗେଟ ଖୋଲିବା ଦ୍ୱାରା ମହାନଦୀ ଫୁଲିଉଠିଛି। ନଦୀ କୂଳିଆ ଗାଁଗୁଡିକ ର ଜନସାଧାରଣ ଏକ ପ୍ରକାର ଭୟଭୀତ ସ୍ଥିତିରେ ଅଛନ୍ତି। ବନ୍ୟାଜଳ ଅଧିକ ହେଉଥିବାରୁ ପୁରୁଣା କଟକ-ସମ୍ବଲପୁୂର ରାସ୍ତାର ନିଧିପୁର ଠାରେ ରାସ୍ତା ଉପରେ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାଦେଇ ଗମନାଗମନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେହିଭଳି ଭାବରେ କପୁରସିଂହ ରୁ କଖଡିକୁ ସଂଯୋଗ କରୁଥିôବା ରାସ୍ତାର ବିଷ୍ରୁପୁର ଠାରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରଦାହିତ ହେଉଛି।

ଯାହାଫଳରେ କି ଲୋକମାନେ ଯାତାୟାତ ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମହାନଦୀ ଫୁଲିବା ଫଳରେ ଏହାର ଉପନଦୀ ସାପୁଆ ଦେଇ ବନ୍ୟାଜଳ ଉପରକୁ ପ୍ରବାହିତ ହେବା ଫଳରେ ରମ୍ପାଠାରେ ବନ୍ୟାଜଳ କିଆକୋଇଲି ଦେଇ ପ୍ରବାହିତ ହେଉଛି। କିଆକୋଇଲି ଦେଇ ଆସୁଥିବା ବନ୍ୟାଜଳ ଜେନାପୁର,ଗୋପାଳପ୍ରସାଦ ଦେଇ ନିଧିପୁର ଗଡାଠାରେ ଶଙ୍ଖଯୋରରେ ପ୍ରବେଶ କରୁଛି। ଯାହାଫଳରେ କି ରାସ୍ତାରେ ୫ଫୁଟର ଜଳ ପ୍ରବାହିତ ହେଉଥିବା ବେଳେ ପ୍ରଖର ସ୍ରୋତ ମଧ୍ୟ ହେଉଛି। ଆଜି ଏହି ରାସ୍ତା ଦେଇ ଶହଶହ ଜନସାଧାରଣ ଆଠଗଡ,ଢେଙ୍କାନାଳ ଓ ଅନୁଗୁଳ ଯିବା ପାଇଁ ଆସି ବନ୍ୟାଜଳକୁ ଦେଖି କଖଡି-ବ୍ରାହ୍ମଣବସ୍ତ ରାସ୍ତାରେ ୫୫ ନଂ ଜାତୀୟ ରାଜପଥ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। ହେଲେ ଏବେ ବିଷ୍ରୁପୁର ଠାରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଖଡି-କପୁରସିଂ ରାସ୍ତାରେ ମଧ୍ୟ ଯାତାୟାତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେଣୁ ପୁରୁଣା କଟକ-ସମ୍ବଲପୁର ରାସ୍ତାଦେଇ ଆଠଗଡ,ଢେଙ୍କାନାଳ, ଅନୁଗୁୂଳକୁ ଯିବାକୁଥିବା ଗାଡିଚାଳକମାନେ ୫୫ ନଂ ଜାତୀୟ ରାଜପଥରେ ଯିବା ଆବଶ୍ୟକତା ରହିଛି। ନଚେତ୍‍ ଅଯଥା ଅସୁବିଧାର ସମ୍ମୁଖିନ ହେବେ। ଏହି ବନ୍ୟାଜଳ ଆସନ୍ତାକାଲି ଆହୁରି ଅଧିକ ହେବାର ସମ୍ଭାବନା ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories