www.samajalive.in
Tuesday, December 9, 2025
15.1 C
Bhubaneswar

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି : ଅର୍ଦ୍ଧନମିତ ହେଲା ମରିସସ୍‍ ଜାତୀୟ ପତାକା

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ମରିସସ ସରକାର ଦେଶର ଜାତୀୟ ପତାକାକୁ ଅର୍ଦ୍ଧନମିତ କରିଛନ୍ତି। ଶୁକ୍ରବାର ମରିସସ୍‍ରେ ଦେଶବ୍ୟାପୀ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭାରତର ଜାତୀୟ ପତାକା ସହିତ ମରିସସ୍‍ର ଜାତୀୟ ପତାକାକୁ ଅର୍ଦ୍ଧନମିତ କରି ଉଡାଯାଇଥିଲା। ଏପରି କି ଦେଶର ଘରୋଇ କ୍ଷେତ୍ରରେ ମଧ୍ୟ ଅନୁରୂପ ନିଷ୍ପତ୍ତି ପାଳନ କରିବା ଲାଗି ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ନିବେଦନ କରିଥିଲେ। ବାଜପେୟୀଙ୍କ ପରଲୋକ ପାଇଁ ମରିସସ୍‍ ପ୍ରଧାନମନ୍ତ୍ରୀ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ପତ୍ର ଲେଖି ସମବେଦନା ଜଣାଇଛନ୍ତି। ବାଜପେୟୀଙ୍କ ପ୍ରଶଂସା ଗାନ କରି ପ୍ରବୀନ୍ଦ କୁମାର ଲେଖିଛନ୍ତି ଯେ ‘ ଏହି ବ୍ୟକ୍ତି କେବଳ ଭାରତ ପାଇଁ ନୁହେଁ ମରିସସ୍‍ ପାଇଁ ମଧ୍ୟ ଅନେକ କାର୍ଯ୍ୟ କରିଯାଇଛନ୍ତି।’ ମରିସସ୍‍ ସରକାରଙ୍କ ଏପରି କାର୍ଯ୍ୟକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ବିରଳ ନିଷ୍ପତ୍ତି ବୋଲି ଦର୍ଶାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories