ଅଟଳ ଜି ସରକାର ରାଫେଲ କିଣିବା ଆରମ୍ଭ କରିଥିଲେ : ମୋଦୀ

0

ନୂଆଦିଲ୍ଲୀ : ଅଟଳ ବିହାରୀ ବାଜପେଇଙ୍କ ସରକାର ରାଫେଲ ବିମାନ କିଣିବା ପାଇଁ ଆରମ୍ଭ କରାଯାଇଥିଲା, କିନ୍ତୁ କଂଗ୍ରେସ ଏହାକୁ ବନ୍ଦ କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ଏକ ନିର୍ବାଚନି ରାଲିରେ କହିଛନ୍ତି। ଆମ ସରକାର ବାୟୁସେନା ଆବଶ୍ୟକ ଅନୁସାରେ ରାଫେଲ କିଣାଯାଇଛି ଯାହା ବହୁତ ଶୀଘ୍ର ବାୟୁସେନା ନିକଟରେ ପହଞ୍ଚିବ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଉତ୍ତରାଖଣ୍ଡ ବୀରମାନଙ୍କ ଭୂମି, ଦେଶର ଚୌକିଦାରକୁ ଆର୍ଶୀବାଦ ଦେବା ପାଇଁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଫେଲ ଚୁକ୍ତିରେ ଘୋଟାଲା ହୋଇଥିବା ରାହୁଲ ଗାନ୍ଧୀ ମୋଦୀଙ୍କୁ ଚୌକିଦାର ଚୋର ବୋଲି କହିଆସୁଛନ୍ତି। ପରେ ବିଜେପି ଏହାକୁ ନିର୍ବାଚନ ଅସ୍ତ୍ର କରିବା ପାଇଁ ମେ ଭି ଚୌକିଦାର ଅଭିଯାନ ଆରମ୍ଭ କରିଛି।

Leave A Reply