ଆକାଂକ୍ଷୀ ଜିଲା ପାଇଁ ୧୦ ସଚିବସ୍ତରୀୟ ଅଧିକାରୀ ମନୋନୀତ
ଭୁବନେଶ୍ୱର: ଦଶଜଣ ସଚିବସ୍ତରୀୟ ଅଧିକାରୀଙ୍କୁ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲାର ସଚିବ ଦାୟିତ୍ୱ ତୁଲାଇବାକୁ ମନୋନୟନ କରାଯାଇଛି। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଗୁରୁବାର ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗୀର, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଅଶୋକ କୁମାର ମିନାଙ୍କୁ କନ୍ଧମାଳ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କୁ ଢେଙ୍କାନାଳ, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, କୃଷି ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡ଼ା, ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ସଚିବ ଶୁଭା ଶର୍ମାଙ୍କୁ ଗଜପତି, ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ପର୍ଯ୍ୟଟନ ନିର୍ଦେଶକ ସଚିନ ଆର ଯାଦବଙ୍କୁ ନୂଆପଡ଼ା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସଚିବ ଆର ରଘୁ ପ୍ରସାଦଙ୍କୁ ମାଲକାନଗିରି ଜିଲା ଦାୟିତ୍ୱ ଦିଆଯାଇଛି।
ଏହି ଅଧିକାରୀମାନେ ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତି, ଦକ୍ଷତା ବିକାଶ ଏବଂ ଅତ୍ୟାବଶ୍ୟକ ଭିତ୍ତିଭୂମି ଆଦି ୫ଟି କ୍ଷେତ୍ରରେ ଥିବା ୪୯ଟି ମୁଖ୍ୟ କାର୍ଯ୍ୟକ୍ରମର ତଦାରଖ କରିବେ।
Comments are closed.