BJD Bijuli 480×75 Mob

ଲାଞ୍ଚ ନେଇ ଗିରଫ ହେଲେ ଆସ୍କା ଏନଏସି କ୍ୟାସିୟର

BJD Bijuli 480×75 Mob
0

ଗଞ୍ଜାମ: ଲାଞ୍ଚ ନେବା ଅଭିଯୋଗରେ ଆସ୍କା ଏନଏସି କ୍ୟାସିୟର ଦ୍ବାରିକାନାଥ ପାଢୀ ଗିରଫ ହୋଇଛନ୍ତି। ୨୪ହଜାର ୯୨୦ ଟଙ୍କାର ଏକ ବିଲ୍ ବାବଦ ପ୍ରାପ୍ୟ ଦେବା ପାଇଁ ମାନସୀ ସାହୁ ନାମକ ଜଣେ ଯୁବତୀଙ୍କୁ ସେ ୧୮୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଯୁବତୀ ଜଣଙ୍କ ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ। ଆଜି ମାନସୀ ଶ୍ରୀ ପାଢୀଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଗିରଫ ପରେ ତାଙ୍କୁ ବହ୍ମପୁର କୋର୍ଟରେ ହାଜର କରାଯାଇଛି।

.

Leave A Reply