www.samajalive.in
Monday, December 15, 2025
15.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗିରଫ, ଚାଷୀଙ୍କ ଉପରେ ଗାଡି ମଡ଼ାଇ ହତ୍ୟା ଅଭିଯୋଗ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ୧୨ ଘଣ୍ଟା ପଚରାଉଚୁରା ପରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଗୋଷ୍ଠୀ ଗିରଫ କରିଛି। ଶନିବାର ସକାଳୁ ରାତି ୯ଟା ପର୍ଯ୍ୟନ୍ତ ଆଶିଷ ମିଶ୍ରଙ୍କୁ ପଚରାଉଚୁରା କରାଯାଇଥିଲେ ମଧ୍ୟ ସେ ଅନେକ ପ୍ରଶ୍ନର ଉତ୍ତର ଦେଇନଥିଲେ ଓ ଚୁପ ରହିଥିଲେ। ମୂଳତଃ ତାଙ୍କୁ ଯେତେବେଳେ ତଦନ୍ତକାରୀ ଅଧିକାରୀମାନେ ପଚାରି ଥିଲେ ଯେ ଚାଷୀଙ୍କ ଉପରେ ଗାଡି ଚଢ଼ିଯିବା ବେଳେ ସେ କେଉଁଠି ଥିଲେ, ସେ ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ ପରେ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳଗୁଡିକ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଆଜିର ଏହି ଗିରଫଦାରୀ ପରେ ଆଶିଷ ମିଶ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ମଧ୍ୟରେ କରାଯାଇଛି। ତାଙ୍କୁ ଜେଲ ପଠାଇବା ପୂର୍ବରୁ ଡାକ୍ତରୀ ଦଳଙ୍କୁ ଡକା ଯାଇଥିଲା। ଅନ୍ୟପକ୍ଷରେ ଯେହେତୁ ତାଙ୍କୁ ଜେଲ ପଠାଯିବ ତେଣୁ ଲକ୍ଷ୍ମୀପୁର ଜେଲ ମଧ୍ୟକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଥିଲା ଓ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଅଛନ୍ତି।

- Advertisement -

ଆସନ୍ତାକାଲି ଅର୍ଥାତ ରବିବାର ଥିବାରୁ ଉତ୍ତରପ୍ରଦେଶ ପୁଲିସ ଆଶିଷ ମିଶ୍ରଙ୍କୁ ରିମାଣ୍ଡରେ ଆଣିବା ପାଇଁ ସୋମବାର କୋର୍ଟଙ୍କୁ ଅନୁରୋଧ କରିବ ଓ ସମ୍ଭବତଃ ୭ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚୁରା କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories