www.samajalive.in
Sunday, December 14, 2025
23.1 C
Bhubaneswar

ଲାଡମପାଲି ଗ୍ରାମବାସୀ ତିଆରି କଲେ ରାସ୍ତା

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡସ୍ଥ ଢୁଡିପାଲି ପଞ୍ଚାୟତ ଲାଡମପାଲି ଗାଁକୁ ସଂଯୋଗ କରିଥିବା ମୂଖ୍ୟ ରାସ୍ତାଟି ଦୀର୍ଘ ବର୍ଷରୁ ଅବହେଳିତ ହୋଇ ପଡିଥିଲେ ମଧ୍ୟ ପ୍ରଶାସନ ବା ସରକାର କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ଶେଷରେ ଗାଁ ବାସୀ ନିଜେ ଖର୍ଚ୍ଚରେ ଶ୍ରମଦାନ କରି ରାସ୍ତା ମରାମତି କରିଥିବା ଦେଖାଯାଇଛି।

କୁଚିଣ୍ଡା ଉପଖଣ୍ଡସ୍ଥ ଢୁଡିପାଲି ପଞ୍ଚାୟତର ଲାଡମପାଲି ଏକ ଆଦିବାସୀ ବହୁଳ ଗ୍ରାମ ଭାବେ ପରିଚିତ। ଏହାକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରାୟ ୨୫୦ ପରିବାର ନିର୍ଭର କରିଥାନ୍ତି। ଏପରିକି ଉକ୍ତ ରାସ୍ତା ଦେଇ ପ୍ରତିଦିନ ଅଧିବାସୀ ସମେତ ସ୍କୁଲର ଛାତ୍ରଛାତ୍ରୀ ମାନେ ଯାତାୟତ କରୁଥିଲେ ମଧ୍ୟ ପ୍ରଶାସନ ମରାମତି ବା ନବୀକରଣ ଦିଗରେ ଗୁରୁତ୍ୱ ଦେଉନଥିବା ଯୋଗୁଁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ବର୍ଷା ଋୁତୁରେ ବା ବର୍ଷା ହେଲେ ଲୋକଙ୍କ ଦୁର୍ଦ୍ଦଶା ଦୁଇଗୁଣ ବଢିଯାଉଥିବା ଅଭିଯୋଗ ହେଉଥିଲା। ବର୍ଷାରେ କାଦୁଅମୟ ହେବା ଯୋଗୁଁ ପାଦରେ ଚାଲିବା ବା ସାଇକେଲ ରେ ଯାତାୟତ କରିବା କଷ୍ଟସାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଗାଡିରେ ଯାତାୟତ କରୁଥିବା ଲୋକେ ଉକ୍ତ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ଏହର ପ୍ରତିକାର ସକାଶେ ଗ୍ରାମାବସୀ ଜମନକିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୁଚିଣ୍ଡା ଉପଜିଲାପାଳ, ସମ୍ବଲପୁର ଜିଲାପାଳ ସମେତ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ଠାରେ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ପରିଶେଷରେ ଶୁକ୍ରବାର ଦିନ ଗ୍ରାମବାସୀ ,ଯୁବକ ସଂଘ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ ମିଳିତ ଭାବେ ଚାନ୍ଦା ଅସୁଲ କରିବା ସହ ଶ୍ରମଦାନ କରି ରାସ୍ତାକୁ ମରାମତି କରିଥିବା ଦେଖାଯାଇଛି। ଏହି ଉଦ୍ୟମକୁ ପାଖ ପଡୋଶୀ ଲୋକେ ପ୍ରଶଂସା କରିଥିବା ଦେଖାଯାଉଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories