www.samajalive.in
Sunday, December 14, 2025
23.1 C
Bhubaneswar

ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟବର୍ତ୍ତୀ ଜୁଆଳିକଟା ଛକ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଗାଡି ଧକ୍କାରେ ସାଇକେଲ ଆରୋହୀ ଗୁରୁତର। ଗୁରୁତର ଆହତ ଜଣଙ୍କ ହେଲେ ତାଳପଦା ଗ୍ରାମର କଳିପ ପିଙ୍ଗୁଆ।ସେ ଠାକୁରମୁଣ୍ଡା ବଜାରରୁ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ଉକ୍ତ ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଆସି ସାଇକେଲ ଆରୋହୀକୁ ଧକ୍କା ଦେଇ ଖସି ପଳାଇ ଥିବା ବେଳେ ଗ୍ରାମବାସୀ ଗାଡିକୁ ପିଛାକରି କେନ୍ଦୁଜୁଆଣି ନିକଟରେ ଅଟକାଇ ଠାକୁରମୁଣ୍ଡା ପୋଲିସକୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ଗୁରୁତର ଆହତ କୋଳିପ ପିଙ୍ଗୁଆଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଘୋଷିପୁରା ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିଲେ ତେବେ ସେଠାରେ ବି ଅଧିକ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନିଆ ଯାଇଥିବା ଜଣାପଡିଛି।

ତେବେ ଘଟଣା ଘଟାଇ ଆମ୍ବୁଲାନ୍ସଟି ଖସି ପଳାଉ ଥିବା ବେଳେ ଲୋକେ ଆମ୍ବୁଲାନ୍ସକୁ ଅଟକାଇ ଆମ୍ବୁଲାନ୍ସ ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଘଟଣା ସ୍ଥଳରେ କିଛି ସମୟ ପାଇ ଉତେଜନା ଦେଖା ଯାଇଥିଲା। ତେବେ ଠିକ ସମୟରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡିଥିଲା। ତେବେ ଦୁର୍ଘଟଣାରେ ଗୁରୁତର ଆହତ ହଇଥିବା କପିଳ ପିଙ୍ଗୁଆ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ତୁରନ୍ତ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories