ଏସିଆ କପ: ଭାରତକୁ ୧୪୮ ରନ୍ର ଟାର୍ଗେଟ ଦେଲା ପାକିସ୍ତାନ
ଦୁବାଇ: ଆଜି ଏସିଆ କପ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭାରତକୁ ୧୪୮ ରନ୍ର ଟାର୍ଗେଟ ଦେଇଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ କରିଛି। ତେଣୁ ଭାରତ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତୀୟ ବୋଲରମାନେ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟରମାନେ ଚକମା ଦେଖାଇ ପାରି ନ ଥିଲେ।
ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍ ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ନିଜର ଶ୍ରେଷ୍ଠ ଖେଳ ଦେଖାଇ ପାରି ନ ଥିଲେ।
ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
Comments are closed.