www.samajalive.in
Sunday, December 7, 2025
14.1 C
Bhubaneswar

ଆସାମ ବନ୍ୟା: ନିୟୋଜିତ ହେବ ବାୟୁସେନା

ନୂଆଦିଲ୍ଲୀ : ଆସାମ ସମେତ ମେଘାଳୟରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ବନ୍ୟା ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ବାୟୁସେନାର ସହାୟତା ଲୋଡାଯାଇଛି। ବାୟୁ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବନ୍ୟା ପରିସ୍ଥିତିକୁ ସମୀକ୍ଷା କରୁଛି। ସହାୟତା ନିମନ୍ତେ ଏମଆଇ-୧୭ ଓ ଅନ୍ୟ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ସରକାରଙ୍କ ଆବଶ୍ୟକତା ମୁତାବକ ଏହାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ମୁତୟନ କରାଯିବ। ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଜିଲାରେ ବନ୍ୟା ଦେଖାଯାଇଛି। ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ସମେତ ବିହାର ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି। ଆଇଏମଡିର ଏହି ସତର୍କ ସୂଚନା ବନ୍ୟା ପରିସ୍ଥିତିକୁ ଆହୁରି ଜଟିଳ କରିବାର ଆଶଙ୍କା ସୃଷ୍ଟି କରିଛି। ଆସାମରେ ଦେଖାଯାଇଥିବା ବନ୍ୟାରେ ୨୮ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୨୨୫୪ଟି ଗ୍ରାମ ଏବେ ପାଣି ଘେରରେ ରହିଛି। ବ୍ରହ୍ମପୁତ୍ର ଓ କ୍ରିଷ୍ଣା ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ସେହିପରି ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଦରଭଙ୍ଗା, ସୀତାମାଢ଼ି, ମୁଜାଫରପୁର, ହୟାଘାଟ, ବାଗମତୀ, ମହାନନ୍ଦା, ଖିରୋଇ, ବୈଶାଳୀ, ଗୋପାଳଗଞ୍ଜ, ଶରନ୍‌, ପଶ୍ଚିମ ଚମ୍ପାରଣ ଆଦି ଅଞ୍ଚଳରେ ସ୍ଥିତି ଗୁରୁତର ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଣ୍ଡକ ନଦୀରେ ବନ୍ୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏସ୍‌ଡିଆରଏଫ୍‌କୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ କରିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories