ଅରିନ୍ଦମ-ପ୍ରବୀର ସ୍ମାରକୀ କ୍ରିକେଟ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ବିଜୟୀ

ଭୁବନେଶ୍ୱର: ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରବୀର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କମିସନରେଟ ପୁଲିସ ପକ୍ଷରୁ ଅରିନ୍ଦମ-ପ୍ରବୀର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ରବିବାର ଅନୁଷ୍ଠିତ େହାଇଯାଇଛି। ଛାପା ଗଣମାଧ୍ୟମ ପ୍ରବୀର ସ୍ମାରକୀ ଟ୍ରଫି ହାସଲ କରିଥିଲା ବେଳେ ବୈଦ୍ୟୁତିକ ଗଣମାଧ୍ୟମ ଅରିନ୍ଦମ ସ୍ମାରକୀ ଟ୍ରଫି ହାସଲ କରିଛି। ପୁଲିସ ଆୟୁକ୍ତ ଏକାଦଶ, ଭୁବନେଶ୍ବର ଉପାୟୁକ୍ତ ଏକାଦଶ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଦଳ ପ୍ରତିେଯାଗିତାରେ ଅଂଶଗ୍ରହଣ କରିଥିଲେ।
ଅତିରିକ୍ତ ଆୟୁକ୍ତ ନୀତିଶ େଶଖରଙ୍କ େନତୃତ୍ବରେ ଆୟୁକ୍ତ ଏକାଦଶ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୨ ଓଭରରେ ୫ ଉଇକେଟ ହରାଇ ୮୭ରନ କରିଥିଲା। ଦଳ ପକ୍ଷରୁ ପ୍ରକାଶ େଜନା ସର୍ବାଧିକ ୩୨ରନ କରିଥିଲା ବେଳେ ଅଧିନାୟକ ନୀତିଶ େଶଖର ୧୮ରନ କରିଥିଲେ। ଜବାବରେ ଜିତେନ୍ଦ୍ର ସାହୁଙ୍କ େନତୃତ୍ବାଧୀନ ଛାପା ଗଣମାଧ୍ୟମ ଦଳର ହିତେଶ ଓ ସୁମିତଙ୍କ ଯୋଡି ପ୍ରଥରୁ ଦମଦାର ପ୍ରଦର୍ଶନ କରିଥିଲା। ସୁମିତ ୩୭ ଓ ହିତେଶ ୨୭ରନ କରିଥିଲେ। ତ୍ରିନାଥ ସାହୁ ଓ ପ୍ରସେନଜିତ ମହାଳିକ ଯଥାକ୍ରମେ ଅପରାଜିତ ୫ ଓ ୧୫ରନ କରିଥିଲେ। ଦଳ ୫ ଓଭରରେ ମାତ୍ର ଦୁଇ ଉଇକେଟ ହରାଇ ବିଜୟୀ େହାଇଥିଲା। ସୁମିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।

 

prayash

ଦ୍ବିତୀୟ ମ୍ୟାଚରେ ନିେରାଦ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବୈଦ୍ୟୁତିକ ଗଣମାଧ୍ୟମ ଟସ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି େନଇଥିଲା। ପୁଲିସ ଉପାୟୁକ୍ତ ଡ. ଉମାଶଙ୍କର ଦାସଙ୍କ ନେତୃତ୍ବାଧୀନ ପୁଲିସ ଦଳ ୧୨ ଓଭରରେ ୯ ଉଇକେଟ ହରାଇ ୭୭ରନ କରିଥିଲା। ଦଳ ପକ୍ଷରୁ ପି. େଜନା ସର୍ବାଧିକ ୩୨ରନ କରିଥିଲେ। ବୈଦ୍ୟୁତିକ ଗଣମାଧ୍ୟମ ପକ୍ଷରୁ ସୁନିଲ ନାୟକ ଓ ସୁବାସ ଦୁଇଟି େଲଖାଏ ଉଇକେଟ େନଇଥିଲେ। ବୈଦ୍ୟୁତିକ ଗଣମାଧ୍ୟମ ଦଳ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ େହାଇଥିଲେ ମଧ୍ୟ ସ୍ଥିତି ସମ୍ଭାଳି ନେଇଥିଲେ। ଦଳ ୧୦ ଓଭରରେ ୭ ଉଇକେଟ ହରାଇ ୭୮ରନ କରି ବିଜୟୀ େହାଇଥିଲା। ପୁଲିସ ଉପାୟୁକ୍ତ ଉମାଶଙ୍କର ଦାସ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶ୍ରୀ ଦାସ ଦୁଇ ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଓ ପ୍ରବୀରଙ୍କୁ ମନେ ରଖିବା ପାଇଁ ପ୍ରତିବର୍ଷ ଏଭଳି ମ୍ୟାଚର ଆୟୋଜନ କରାଯିବ େବାଲି କହିଥିଲେ। ଏହି ମ୍ୟାଚକୁ ରାଜ୍ୟ ଟେନିସ କ୍ରିକେଟ ବଲ ବୋର୍ଡ ପରିଚାଳନା କରିଥିଲା ବେଳେ େକନ୍ଦ୍ର ସାଧାରଣ ସମ୍ପାଦକ ରିଣ୍ଟୁ ମିତ୍ର, ମହିଳା କମିଟି ଅଧ୍ୟକ୍ଷା ରାଗିଣୀ ମିତ୍ର ବୈଷୟିକ ସହାୟତା ପ୍ରଦାନ କରିଥିଲେ। ବଦ୍ରିନାରାୟଣ ପାତ୍ର, ବାସୁଦେବ ଓଝା ମ୍ୟାଚ ପରିଚାଳନା କରିଥିଲା ବେଳେ ବୀରେନ୍ଦ୍ର ଦିୱାନ ଧାରା ବିବରଣୀ ପ୍ରଦାନ ଓ ସେକ କୁତବୁଦ୍ଦିନ େସ୍କାରର ଦାୟିତ୍ବ ସମ୍ପାଦନ କରିଥିଲେ।

 

kalyan agarbati

Comments are closed.