www.samajalive.in
Monday, December 15, 2025
24.1 C
Bhubaneswar

ଆରଡିପୀଠ ଭାଗ୍ୟରେ ନାହିଁ ଓଭରହେଡ ପାଣିଟାଙ୍କି !

ଆରଡି : ଆଉ ରହିବନି ପାନୀୟ ଜଳ ସମସ୍ୟା। ଗାଁ ଗାଁରେ ସ୍ଥାପନ ହୋଇଛି ମଧୁରଜଳ ପ୍ରକଳ୍ପ। ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟ ହେଉ କିମ୍ବା ବିଦ୍ୟୁତ ବିଚ୍ଛିନ୍ନ ହେଉ ଓଭରହେଡ ପାଣିଟାଙ୍କି ଦ୍ୱାରା ଯୋଗାଇ ଦିଆଯାଉଛି ପିଇବା ପାଣି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଉକ୍ତ ଯୋଜନା ସଫଳ ରୂପରେଖା ନେବା ପୂର୍ବରୁ ତାହା କାଗଜକଲମରେ ଅଟକି ଯାଉଛି।

ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠରେ। ଏହି ପୀଠରେ ୧୯୯୨ ମସିହାରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ଦ୍ୱାରା ସର୍ବପ୍ରଥମେ ମଧୁରଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଲକ୍ଷ୍ୟ ଥିଲା ପୀଠରେ ବସବାସ କରୁଥିବା ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ପର୍ଯ୍ୟଟକମାନେ ପିଇବା ପାଣିରୁ ଯେପରି ବଞ୍ଚିତ ନ ହେବେ। ହେଲେ ସେବାଠାରୁ ଆଜି ପ୍ରର୍ଯ୍ୟନ୍ତ ସବୁକିଛି ବଦଳିଛି, ହେଲେ ବଦଳିନି ପାନୀୟ ଜଳ ସମସ୍ୟା । ବର୍ତ୍ତମାନ ୨ଟି ମଧୁରଜଳ ପ୍ରକଳ୍ପ ସ୍ଥାପନ ହୋଇଥିଲେ ମଧ୍ୟ ପୂର୍ବପରି ପୀଠରେ ଲାଗି ରହିଛି ପାନୀୟଜଳ ସମସ୍ୟା । ଏପରିକି ପୀଠରେ ଓଭରହେଡ ଟାଙ୍କି ନିର୍ମାଣ ପାଇଁ ବିଗତ ୧୦ବର୍ଷ ହେଲା ଜିଲା ଓ ବ୍ଲକ ସ୍ତରରେ ଯୋଜନା ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ ନ ହେବା ଅତି ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ପୀଠର ନିକଟବର୍ତ୍ତୀ ଅଞ୍ଚଳରେ ବହୁ ଓଭରହେଡ ପାନୀୟଜଳ ଟାଙ୍କି ସ୍ଥାପନ ହେଉଥିବା ବେଳେ ଆରଡିପୀଠ ଏକ ପର୍ଯ୍ୟଟନସ୍ଥଳ ହୋଇଥିଲେ ମଧ୍ୟ ଓଭରହରଡ ପାଣିଟାଙ୍କି ଯେପରି ଭାଗ୍ୟର ନାହିଁ। ସେହିପରି ୧ବର୍ଷ ହେଲା ବସଷ୍ଟାଣ୍ଡ ସମେତ ୩ଟି ସ୍ଥାନରେ ପାଣି ପାଇପ ଫାଟି ଅନବରତ ପାଣି ଭାଷୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରୁନାହିଁ। ତାହା ସହ ପିଇବାପାଣି ପାଇଁ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇଥିଲେ ମଧ୍ୟ ଅନେକ ସ୍ଥାନରୁ ପାଣି ବାହାରୁନଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆସୁଥିବା ଶ୍ରଦ୍ଧାଳୁମାନେ ପିଇବା ପାଣି ପାଇଁ ନାନା ଦୁର୍ଦଶା ଭୋଗୁଛନ୍ତି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories