www.samajalive.in
Saturday, December 6, 2025
15.1 C
Bhubaneswar

ଭୂମିହୀନଙ୍କୁ ଭୂମି ଓ ଗୃହ ଯୋଗାଇଦେବା ଦାବୀ ନେଇ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ୧୧ଟି ୱାର୍ଡର ଭୂମିହୀନମାନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବୀ ନେଇ ନବରଙ୍ଗପୁର ପୌରପାଳିକା ବସ୍ତି ବାସିନ୍ଦା ମହାସଂଘ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହାସହିତ ଏକ ଦାବିପତ୍ର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିବା ସହ ୩୦ଦିନ ମଧ୍ୟରେ ସେମାନଙ୍କ ସମସ୍ୟା ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଆଜି ବସ୍ତି ବାସିନ୍ଦା ମହାସଂଘ ସଭାପତି ନନ୍ଦ ହରିଜନଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷଙ୍କୁ ନେଇ ସହରର ଆମ୍ବେଦକର ଛକରୁ ଏକ ରାଲିରେ ବିକ୍ଷୋଭ ପ୍ରଦର୍ଶନ କରି ନବରଙ୍ଗପୁର ପୌରପାଳିକା କାର୍ୟ୍ୟାଳୟ ନିକଟରେ ପହଞ୍ଚିଥିଲେ। ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ସେଠାରେ ସରକାର ଓ ପ୍ରଶାସନ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା ।

- Advertisement -

ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ଦଶହରାପଦା ସାହି, ମେଦିରୀ ସାହି, ନୁଆଁବନ୍ଧ ସାହି, ତଟା ସାହି, ସେନାପତି ସାହି, ଗାଦବା ଗୁଡା, ତେଲୁଗୁ ସାହି, ହରିଜନ ସାହି ସମେତ ୧୧ ଟି ସାହିର ଲୋକେ ଶହେ ବର୍ଷ ହେବ ବସବାସ କରି ଆସୁଥିଲେ ମଧ୍ୟ ସରକାର କିମ୍ବା ପୌରପାଳିକା ପ୍ରଶାସନ ଅଧିକାରୀଙ୍କ ଅବହେଳା ଯୋଗୁଁ ଜମିପଟ୍ଟା ପାଇନାହାନ୍ତି। ତେଣୁ ସରକାରଙ୍କ ତରଫରୁ ଦିଆଯାଉଥିବା ବାସଗୃହ ସେମାନଙ୍କୁ ମିଳୁନାହିଁ । ଯାହାଫଳରେ ସେମାନେ ବହୁତ ଅସୁବିଧା ଭୋଗୁଥିବା କହିଛନ୍ତି । ତେଣୁ ପ୍ରଶାସନ ଯଦି ଆଗାମୀ ୩୦ଦିନ ମଧ୍ୟରେ ସେମାନଙ୍କ ସମସ୍ୟାକୁ ସମାଧାନ ନ କରନ୍ତି ତାହେଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଅଧ୍ୟକ୍ଷ, ମୂଳ ନିବାସୀ ବିକାଶ ପରିଷଦ, ଅଭିଭକ୍ତ କୋରାପୁଟ ଚନ୍ଦ୍ରଧଜ ମାଝୀ ଏବଂ ବସ୍ତି ବାସିନ୍ଦା ମହାସଂଘର ସଭାପତି ନନ୍ଦ ହରିଜନ ପ୍ରମୁଖ ଚେତାବନୀ ଦେଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories