www.samajalive.in
Monday, December 8, 2025
14.1 C
Bhubaneswar

ଦେଢମାସ ହେଲା ନଳକୂପ ଅଚଳ ; ବିଭାଗର ନିଘା ନାହିଁ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ୧୦ନଂ ୱାର୍ଡରେ ବସବାସ କରୁଥିବା ୩୦୦ରୁ୪୦୦ ଲୋକମାନଙ୍କ ପାଇଁ ରହିଛି ୨ଟି ନଳକୂପ। ସେଥିମଧ୍ୟରୁ ଗୁଡିଆସାହି ନିକଟରେ ଥିବା ଗୋଟିଏ ନଳକୂପ ଦୀର୍ଘ ଦେଢମାସ ହେବ ଅଚଳ ହୋଇ ପଡିଥିବାରୁ ପିଇବାପାଣି ପାଣି ପାଇଁ ଡହଳ ବିକଳ ହେଉଛନ୍ତି ୱାର୍ଡବାସି। ଆଖପାଖରେ ପିଇବାପାଣି ପାଇଁ କୌଣସି ସୁବିଧା ନଥିବାରୁ ସାହି ଠାରୁ ଦୂରରେ ଥିବା ଡିଅସାହିରୁ ପାଣି ଆଣି ଶୋଷ ମେଣ୍ଟ।।ଉଛନ୍ତି ୱାର୍ଡବାସୀ। ଏପରି ସମସ୍ୟା ଦୀର୍ଘମାସ ହେବ ଲାଗି ରହିଥିଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ ବିଭାଗର ଦୃଷ୍ଟି ପଡୁନଥିବା ୱାର୍ଡବାସୀ ଅଭିଯୋଗ ଆଣିଛନ୍ତି। ଏପରିକି ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ୱାର୍ଡବାସୀ ପ୍ରକାଶ କରିଛନ୍ତି। ପିଇବାପାଣି ମୁନ୍ଦାଏ ପାଇଁ ଅନ୍ୟ ନଳକୂପ ନିକଟରେ ସକାଳୁ ମଧ୍ୟରାତ୍ରିି ଯାଏ ଲୋକମାନେ ଲମ୍ବା ଧାଡରେ ପାଣି ନେଉଥିବା ଦେଖିବାକୁ ମିଳିଛି। ଏଥିସହ ଏହି ୱାର୍ଡ ଦେଇ ନିକଟସ୍ଥ ୫ଖଣ୍ଡ ଗାଁକୁ ପ୍ରତିଦିନ ଶତାଧିକ ଲୋକ ଯାତାୟତ କରୁଥିବା ସମୟରେ ଉକ୍ତ ନଳକୂପରୁ ଶୋଷ ମେଣ୍ଟାଇଥାନ୍ତି। ସେହିପରି ଆରଡିପୀଠକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ମଧ୍ୟ ଉକ୍ତ ନଳକୂପ ଉପରେ ନିର୍ଭର କରିଥାନ୍ତି। ହେଲେ ଦୀର୍ଘମାସ ହେବ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନପଡିବା ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି। ସେହିପରି ୩ଦିନ ହେବ ପୀଠର ମଣିବାବାଙ୍କ ଉପର ଦ୍ୱାର ନିକଟରେ ଥିବା ନଳକୂପ ମଧ୍ୟ ଅଚଳ ପଡିଛି। ଏପରି ସମସ୍ୟା ବାବଦରେ ଜଳପରିମଳ ବିଭାଗର ଏସଡିଓଙ୍କୁ ପଚାରିବାରୁ ବ୍ଲକ ଅଧିକାରିଙ୍କ ସହ ଆଲୋଚନା କରିବା ସହ ଖୁବଶିଘ୍ର ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories