ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଞ୍ଚାୟତ ଅଧିନସ୍ଥ ବାଙ୍କମୁଆଁ ଗାଁରେ ଗତ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ରୁଗା ମାଝିଙ୍କର ୩ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି। ଘର ଭିତରେ ଶୋଇଥିବା ୬/୭ଜଣ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଘରର ସମସ୍ତ ଆସବାପତ୍ର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଗାଁ ଲୋକ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ଜଳୁଥିବା ନିଆଁରେ ଘର ସମେତ ସମସ୍ତ ଜିନିଷପତ୍ର ପୋଡି ଯାଇଥିଲା। ପରିବାର ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମ ଗାଡି ପହଁଞ୍ଚିବା ପୂର୍ବରୁ ସବୁକିଛି ଛାରଖାର ହୋଇଯାଇଥିଲା। ସୋମବାର ଆରଡି ଆର.ଇ ଦେବାଶିଷ ରାୟ ଘଟଣାସ୍ଥଳ ପରିଦର୍ଶନ ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏବେ ସମସ୍ତ ପରିବାର ଲୋକ ପର ଘରେ ଆଶ୍ରୟ ନେଇଛନ୍ତି।
Popular Categories



