www.samajalive.in
Sunday, December 7, 2025
13.1 C
Bhubaneswar

ରିଲିଫ ପାଇଁ ୧୦ଟଙ୍କା ନେବା ଘଟଣା; ନିଲମ୍ବିତ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ ଚଳିତ ବନ୍ୟା ନିମନ୍ତେ ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ବଣ୍ଟନରେ ଅବ୍ୟବସ୍ଥା ସାଙ୍ଗକୁ ଅଖା ବାବଦକୁ ୧୦ ଟଙ୍କା ନଦେଲେ ରିଲିଫ ମିଳିବ ନାହିଁ ବୋଲି ଆରଡି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏପରି କହି ୧୩ଶହରୁ ଉର୍ଦ୍ଧ୍ବ ବିପନ୍ନଙ୍କଠାରୁ ୧୦ଟଙ୍କା ଲେଖାଁଏ ଆଦାୟ କରୁଥିବା ସର୍ମ୍ପକରେ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଏପରିକି ବିପନ୍ନଙ୍କ ଅଭିଯୋଗ ଅନୁଯାୟୀ ପ୍ରଶାସନ ଘଟଣାର ତଦନ୍ତ କରିବା ସହ ଜାଣିବାକୁ ପାଇଥିଲେକି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଖା ବାବଦକୁ ୧୦ଟଙ୍କା ନେବା ସହ ୫୦କେଜି ଚାଉଖ ବଦଳେ ୪୭/୪୯କେଜି ଚାଉଳ ବଣ୍ଟନ କରିଛନ୍ତି। ଯାହାକି ବିପନ୍ନଙ୍କ ପାଇଁ ଆସିଥିବା ଚାଉଳ ବଣ୍ଟାଯିବା ପରେ ମଧ୍ୟ ଶତାଧିକ ଚାଉଳ ବସ୍ତା ବଲକାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିଥିଲେ ମଧ୍ୟ କୈାଣସି ସନ୍ତୋଷଜନକ ଉତ୍ତର ନପାଇ ତଦନ୍ତକାରୀ ଅଧିକାରୀ ଫେରିଯାଇଥିଲେ। ଏପରିକି ତଦନ୍ତ ରିପୋର୍ଟ ବ୍ଲକ ପ୍ରଶାସନ ପକ୍ଷରୁ ଜିଲାପ୍ରଶାସନ ଦପ୍ତରକୁ ପଠା ଯିବା ପରେ ଗତ ୨୪ରେ ପତ୍ର ସଂଖ୍ୟା ୪୨୬ ମୂଳେ ଆରଡି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୟ ଦାସଙ୍କୁ ନିଲମ୍ବିତ କରିଛନ୍ତି ଜିଲା ପ୍ରଶାସନ। ଏପରି ନିଲମ୍ବନ ଆଦେଶ ଶନିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରେରିତ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ହେଲେ ମହାମରୀ କରୋନା ସମୟରେ ବନ୍ୟା ବିପନ୍ନଙ୍କଠାରୁ ରିଲିଫ ବାବଦକୁ ଆଦାୟ ହୋଇଥିବା ଟଙ୍କା ଏକ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories