www.samajalive.in
Monday, December 15, 2025
24.1 C
Bhubaneswar

ଆଖଣ୍ଡଳମଣିଙ୍କ ଭଣ୍ଡାରଘରେ ଅଗ୍ନିକାଣ୍ଡ ; ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ

ଆରଡି : ଭଦ୍ରକ ଜିଲା ଆରଡ଼ିସ୍ଥିତ ଆଖଣ୍ଡଳମଣିଙ୍କ ଭଣ୍ଡାରଘରେ ନିଆଁ ଲାଗି ଦିଅଁଙ୍କ ଅଳଙ୍କାର ସହ ସମସ୍ତ ଆସବାପତ୍ର, ପୂଜାବାସନ ଆଦି ଜଳିପୋଡି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ଦୈନଦିନ ପରି ଗୁରୁବାର ରାତ୍ର୧୧ଟା ସୁଧା ସମସ୍ତ ନୀତିକାନ୍ତି ସରିବା ପରେ ସେବାକାରୀମାନେ ପହୁଡ ଦେଇ ଯାଇଥିଲେ। ହେଲେ ରାତ୍ର ପ୍ରହରା ଦେଉଥିବା ସିକୁରିଟ ୨ଜଣ  ବିଳମ୍ବିତ ରାତିରେ ଆଖଣ୍ଡଳମଣିଙ୍କ ଭଣ୍ଡାରଘରୁ ପ୍ରବଳମାତ୍ରାରେ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ଖବର ମନ୍ଦିର ସହ ପରିଚାଳକଙ୍କୁ ଜଣାଇବା ସହ ନିଆଁକୁ ଆୟତ କରିବା ପାଇଁ  ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରିପାରି ନ ଥିଲେ।  ମଣିବାବାଙ୍କର ସମସ୍ତ ଅଳଙ୍କାର ସହ ଆସବାପତ୍ର , ବାସନ ଆଦି ଲକ୍ଷାଧିକ ଟଙ୍କା ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଧାମନଗର ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର ହୋଇ ପାରିନଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories