ଉତ୍କଳ ଦିବସ ଅବସରରେ ଜେଏନ୍‌ୟୁରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ସମ୍ବର୍ଦ୍ଧନା

0

ସମ୍ବଲପୁର: ସମଗ୍ର ଭାରତବର୍ଷରେ ଭାଷାଭିତ୍ତିକ ପ୍ରଦେଶ ରୁପେ ଓଡିଶା ସର୍ବପ୍ରଥମ। ପ୍ରାକୃତିକ ସମ୍ପଦ, ପ୍ରଚୁର ଜଳରାଶି, ଆବଶ୍ୟକୀୟ ଶ୍ରମଶକ୍ତି ଓ ଆନୁସଙ୍ଗିକ ଭିତ୍ତିଭୂମି ର ସୁବିନିଯୋଗ ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ରୁପେ ଗଢିତୋଳିବାର ସମସ୍ତ ସାମର୍ଥ୍ୟ ରଖିଛି। ତେବେ ବିକାଶୋନ୍ନମୁଖୀ ଓଡିଶା କୁ ଅନେକ ସମୃଦ୍ଧ ରାଜ୍ୟ ତୁଳନାରେ ଅନେକ କିଛି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସମସ୍ତେ ମିଶି କରି ଓଡିଶା ର ଜାତୀୟ ଜାଗରଣ କୁ ପୁର୍ନଜୀବିତ କରିବା ବୋଲି ଡ. ପାଢୀ ପରିଷଦ ପକ୍ଷରୁ ସମ୍ମାନୀତ ହେବା ଅବସରରେ ମତପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ୮୩ ତମ ଉତ୍କଳ ଦିବସ ପାଳନ ଅବସରରେ ଜେଏନୟୁ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଦକ୍ଷ ଓଡିଆ ଅଫିସର ଡ. ଅରବିନ୍ଦ କୁମାର ପାଢୀ ଙ୍କୁ ସମ୍ଭର୍ଦ୍ଧିତ କରାଯାଇଛି। ବର୍ତ୍ତମାନ ଆଇସିଆରଆଇଏସଏଟି ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଡ. ପାଢୀ ସାଧାରଣ ପ୍ରଶାସନ, ରାଜସ୍ୱ, କୃଷି ଓ ଖାଦ୍ୟ ଉତ୍ପାଦନ, ପର୍ଯ୍ୟଟନ ଓ ସଂସ୍କୃତି ଆଦି କ୍ଷେତ୍ରରେ ତାଙ୍କର ବହୁ ଅବଦାନ ରାଜ୍ୟ ଓ ଜାତୀୟ ସ୍ତରରେ ରହିଛି। ଏହା ସହ ଜଣେ ବିନୟୀ କର୍ତ୍ତବ୍ୟପରାୟଣ, ମିଷ୍ଟଭାଷୀ ତଥା ସମ୍ବେଦନଶୀଲ ପ୍ରଶାସକ ଭାବରେ ସୁନାମଧନ୍ୟ ଡ. ପାଢୀ ଙ୍କ ଓଡିଶା ରାଜ୍ୟ କୃଷି ନିତି, ୨୦୦୮ ର ନିର୍ମାଣରେ ଭୁମିକା ଅତୁଳନୀୟ ବୋଲି ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ କୁହାଯାଇଛି।

Leave A Reply