www.samajalive.in
Tuesday, December 9, 2025
23.1 C
Bhubaneswar

‘ରାଜ୍ୟ ସରକାରଙ୍କ ନଥିପତ୍ରରେ ନଥିବା ୨.୨୩ ଲକ୍ଷ ଏସଏଚଜି ଗ୍ରୁପର ଅବସ୍ଥା କ’ଣ ହେବ’

ଭୁବନେଶ୍ବର: ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀ ବିନା ସୁଧରେ ଋଣ ଏବଂ ବିଭିନ୍ନ ସହାୟତା ରାଶି ଘୋଷଣା କରିବା ପରେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗତ ବର୍ଷ ଅକ୍ଟୋବର ୧୫ ତାରିଖରୁ ଏସଏଚଜି ଗ୍ରୁପ ଗୁଡିକୁ ସିଡ ମନି ପ୍ରଦାନ ପାଇଁ ଜିଲାପାଳଙ୍କୁ ନିଦେର୍ଶ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ମୁଖ୍ୟମନ୍ତ୍ରୀ କାହିଁକି ଘୋଷଣା କଲେ, ତାହାକୁ ନେଇ ଅପରାଜିତା ପ୍ରଶ୍ନ କରିଛନ୍ତି । ସିଡ୍ ମନି ବଣ୍ଟନ ସହ ଭୋଟ୍ ବ୍ୟାଙ୍କ ରାଜନୀତି ଲିଙ୍କ୍ ଅଛି କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ୨୦୧୩-୧୪ରେ ୫.୨୩ ଲକ୍ଷ ଏସଏଚଜି ଗ୍ରୁପ ଥିଲା ଏବଂ ୨୦୧୭ରେ ଏପ୍ରିଲରେ ଆଉ ୩ ଲକ୍ଷ ଏସଏଚଜି ଗ୍ରୁପ୍ ସୃଷ୍ଟି ହେଇଥିଲା ବୋଲି ରାଜ୍ୟ ସରକାର ଦାବି କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏସଏଚଜି ଗ୍ରୁପ ସଂଖ୍ୟା ୮.୨୩ ଲକ୍ଷ ହେବା ପରିବର୍ତ୍ତେ ୬ ଲକ୍ଷ କିଭଳି ହେଲା ? ରାଜ୍ୟ ସରକାରଙ୍କ ନଥିପତ୍ରରେ ନଥିବା ୨.୨୩ ଲକ୍ଷ ଏସଏଚଜି ଗ୍ରୁପର ଅବସ୍ଥା କ’ଣ ହେବ ବୋଲି ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ୧୯ ବର୍ଷ ମଧ୍ୟରେ ଏସଏଚଜି ଆର୍ଥିକ ସ୍ଥିତି ଦୃଢ ପାଇଁ ବିଜେଡି କିଛି କରିନଥିବା ସେ ଟୁଇଟ୍ କରି କହିଛନ୍ତି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories