ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କୁ ଚୂଡ଼ାନ୍ତ ଜେରା

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାରେ ସୋମବାର ପୁଣି କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି। ଛାଡ଼ପତ୍ର ମାମଲାରେ ବର୍ଷାଙ୍କୁ ଚୂଡ଼ାନ୍ତ ଜେରା କରାଯାଇଛି। ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ଜେରା ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଅକ୍ଟୋବର ୧୩ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

Comments are closed.