ପରିଶ୍ରମୀ ଜନ୍ଦା

0

ଘରର କେଉଁ କୋଣ ହେଉ କିମ୍ବା ବାଲି ମାଟିରେ ଜନ୍ଦା, ପିମ୍ପୁଡ଼ିଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ। ୧୪୦ ମିଲିୟନ୍ ବର୍ଷ ପୂର୍ବେ ଉତ୍ପତ୍ତି ହୋଇଥିବା ଜନ୍ଦାଙ୍କର ୨୨ହଜାର ପ୍ରଜାତି ବିଶ୍ବର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳେ। ସବୁଠୁ ବଡ଼ ଆକାରର ଜନ୍ଦା ଇଜିପ୍ଟର କାଇରୋରେ ଦେଖାଯାଇଥାଏ। ୧୯୮୩ରେ ବର୍ମିଂହାମ ବିଶ୍ବବିଦ୍ୟାଳୟର ବିଶେଷଜ୍ଞଦଳ ସର୍ବପ୍ରଥମେ ଜନ୍ଦା ଉପରେ ପରୀକ୍ଷା ଆରମ୍ଭ କରିଥିଲେ।

ବିଶେଷଜ୍ଞଙ୍କ ମତ ଥିଲା ଯେ ଜନ୍ଦାମାନେ ଖୁବ୍ ପରିଶ୍ରମୀ। ପ୍ରତ୍ୟେକ ପ୍ରଜାତିରେ ସେମାନଙ୍କର ଏହି ସ୍ବଭାବ ଦେଖାଦେଇଛି। ୧୨ ଘଣ୍ଟା ପରିଶ୍ରମରେ ଏମାନେ ମାତ୍ର ୮ ମିନିଟ୍ ବିଶ୍ରାମ ନେଇଥାନ୍ତି। ଜନ୍ଦାମାନେ ଧାଡ଼ି ବାନ୍ଧି ଚାଲୁଥିବାର ହିଁ ପ୍ରାୟତଃ ଦେଖାଯାଏ। ୧୦୦ ମିଟର ଏମାନେ ଆଦୌ ବିଶ୍ରାମ ନ ନେଇ ଚାଲିପାରୁଥିବାର ପରୀକ୍ଷାରୁ ଜଣାପଡ଼ିଛି। ଖୁବ୍ ଶକ୍ତିଶାଳୀ ଏହି କୁନି ପ୍ରାଣୀର ଶରୀରରେ କିନ୍ତୁ ବିଷ ଆଦୌ ନାହିଁ। ନଚେତ୍ ଏହାର ଦଂଶନରେ ଯେ କେହି ପ୍ରାଣ ହରାଇଥାନ୍ତା ବୋଲି ବିଶେଷଜ୍ଞ ଦଳ ମୁଖ୍ୟ ପ୍ରକାଶ କରିଥିଲେ।

Leave A Reply