www.samajalive.in
Sunday, December 7, 2025
18.1 C
Bhubaneswar

ଅନୀଲଙ୍କ ବିଦେଶ ସମ୍ପତ୍ତି ଜବତ କରିବ ଚାଇନା ବ୍ୟାଙ୍କ

ଲଣ୍ଡନ୍‌ : ବ୍ୟକ୍ତିଗତ ଋଣ ସୁଝିବାକୁ ଏବଂ ଓକିଲ ଫିସ୍ ଦେବାକୁ ଘରେ ଥିବା ସୁନା ବିକ୍ରି କରିଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀ। ଲଣ୍ଡନ କୋର୍ଟଙ୍କୁ ଏହିଭଳି ଚକିତ କରିଦେବା ଭଳି ବୟାନ୍ ଦେବାର ଦିନ କେଇଟା ନ ପୂରୁଣୁ ଅନୀଲଙ୍କ ବିଦେଶ ସମ୍ପତ୍ତି ଜବତ କରିବାକୁ ଅଣ୍ଟା ଭିଡିଲାଣି ଋଣଦାତା ଚାଇନା ବ୍ୟାଙ୍କ​ ସମୂହ। ଏହି ପ୍ରସଙ୍ଗରେ ଚୀନର ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ କମର୍ସିଆଲ ବ୍ୟାଙ୍କ ଅଫ୍‌ ଇଣ୍ତିଆ, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଏକ୍ସିମ୍‌ ବ୍ୟାଙ୍କ ଅଫ୍‌ ଚାଇନା ପକ୍ଷରୁ ଲଣ୍ଡନ କୋର୍ଟରେ ମାମଲା ଦାଏର କରାଯାଇଥିଲା। ଏବେ ଏହି ବ୍ୟାଙ୍କ ସମୂହ ଅନୀଲଙ୍କ ବିଦେଶରେ ରହିଥିବା ସମ୍ପତ୍ତି ଜବତ କରିବାକୁ ନିଷ୍ପତ୍ତି ​ନେଇଛନ୍ତି। ସୂଚନାଯୋଗ୍ୟ ଚାଇନାଭିତ୍ତିକ ବ୍ୟାଙ୍କଗୁଡିକରୁ ଅନୀଲ ୫୨୭୬ ​କୋଟି ଟଙ୍କା( ୭୧୬ ନିୟୁତ ଡଲାର)ର ଋଣ କରିଛନ୍ତି। ଏହି ଋଣ ସୁଧ ୭.୦୪ କୋଟି ଟଙ୍କା ସହ ପରିଶୋଧ କରିବାକୁ ଚଳିତବର୍ଷ ମେ’ ୨୨ରେ ଲଣ୍ଡନ୍‌ କୋର୍ଟ ଅନୀଲଙ୍କୁ ନିର୍ଦେଶ ଦେଇଥିଲେ। ଋଣ ସୁଝିବାକୁ ଏବଂ ଓକିଲ ଫିସ୍ ଦେବାକୁ ଘରେ ଥିବା ସୁନା ବିକ୍ରି କରିଥିବା ଅନୀଲ ନିକଟରେ କୋର୍ଟରେ ବୟାନ୍ ଦେଇଥିଲେ। ଗୋଟିଏ କାରକୁ ବାଦଦେଲେ ତାଙ୍କ ପାଖରେ କୌଣସି ସମ୍ପତ୍ତି ନ ଥିବା ସେ କହିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories