ବିବାହିତା ମହିଳା ଓ ତାଙ୍କ ପୁରୁଷବନ୍ଧୁ ଗୁରୁତର ଅବସ୍ଥାରେ ନଦୀ ପଠାରୁ ଉଦ୍ଧାର
ଆନନ୍ଦପୁର : ଘରେ ଅଫିସ୍ ଯାଉଛି କହି ସକାଳୁ ବାହାରି ଯାଇଥିବା ଜଣେ ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ନଦୀ ପଠାରୁ ଉଦ୍ଧାର କରିଛି। ଉଦ୍ଧାର ପରେ ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବିରଗୋବିନ୍ଦପୁର ବୈତରଣୀ ନଦୀ ପଠାରେ ଜଣେ ମହିଳା ଓ ଜଣେ ଯୁବକ ବିଷ ପିଇ ପଡିଥିବା ଖବର ପୁଲିସକୁ ମିଳିଥିଲା। ପୁଲିସ ପହଁଞ୍ଚି ସେଠାରୁ ଉଭୟଙ୍କୁ ଉଦ୍ଧାର କରିବା ସହ ସେଠାରୁ ଏକ ବାଇକ୍ ମଧ୍ୟ ଜବଦ କରିଛି। ସଂପୃକ୍ତ ମହିଳା ଜଣକ ହାଟଡିହି ବ୍ଲକ୍ ପନ୍ଦାଡୋ ଗାଁର ହୋଇଥିବାବେଳେ ପ୍ରାୟ ଏକ ବର୍ଷ ତଳେ ବିବାହ କରିଥିବା ବେଳେ ନିଜ ପଞ୍ଚାୟତରେ ଏକ ଏନଜିଓ ସଂସ୍ଥା ଅଧିନରେ ଚାକିରି କରୁଥିବାରୁ ବାପଘରେ ରହୁଥିଲେ।ତାଙ୍କ ପୁରୁଷ ବନ୍ଧୁଙ୍କ ଘର ନିକଟସ୍ଥ ନାହାଳିଆ ଗାଁରେ।ତେବେ ଉଭୟ କେଉଁ କାରଣ କୁ ନେଇ ଘର ଠାରୁ ୩୦ କିମି ଦୂର ବିରଗୋବିନ୍ଦପୁର ନଦୀ ପଠାକୁ ଯାଇଥିଲେ ଓ ସେଠାରେ ବିଷ ପିଇଲେ ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ମହିଳା ଜଣକ ପାରିବାରିକ କାରଣରୁ ବିଷ ପିଇଥିବା ଓ ସେ ବିଷ ପିଇବାରୁ ପୁରୁଷ ବନ୍ଧୁ ମଧ୍ୟ ବିଷ ପିଇଦେବା କହିଛନ୍ତି। ପୁଲିସ୍ ଏହି ଘଟଣାକୁ ଗୁରୁତରସହ ନେଇ ତଦନ୍ତ ଆରମ୍ଭ କରିଛି।
Comments are closed.