www.samajalive.in
Sunday, December 7, 2025
23.1 C
Bhubaneswar

୮୫୦ ଚାଷୀଙ୍କ ଋଣ ସୁଝିବେ ଅମିତାଭ

ମୁମ୍ବଇ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପୁନର୍ବାର କୃଷକଙ୍କ ସ୍ବାର୍ଥରକ୍ଷା ପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ସେ ଉତ୍ତରପ୍ରଦେଶର ୮୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଋଣ ପରିଷୋଧ କରିବେ ବୋଲି ଶନିବାର ଘୋଷଣା କରିଛନ୍ତି। ଏ ବାବଦରେ ପ୍ରାୟ ସାଢ଼େ ୫କୋଟି ଟଙ୍କା ଖଚ୍ଚ କରିବା ଯୋଜନା ସେ ରଖିଛନ୍ତି। ପୂର୍ବରୁ ସେ ମହାରାଷ୍ଟ୍ରର ୩୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଋଣ ସୁଝିବାରେ ସହାୟତା କରିଥିଲେ। ନୂଆ ନିଷ୍ପତ୍ତି ସମ୍ପର୍କରେ ଅମିତାଭ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ପ୍ରାୟ ୩୫୦ ଚାଷୀଙ୍କୁ ଋଣ ସୁଝିବା କଷ୍ଟକର ହେଉଥିଲା। ଋଣ ବୋଝ ବଢିବା ଦ୍ୱାରା ସେମାନେ ଆତ୍ମହତ୍ୟାର ବାଟ ଆପଣାଇବାକୁ ବାଧ୍ୟ ହେଉଥିଲେ। ଏଥିରୁ ନିବୃତ୍ତ କରିବା ପାଇଁ ସେମାନଙ୍କ ଋଣ ପରିଷୋଧ କରାଯାଇଛି। ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ବିଦର୍ଭର ଚାଷୀଙ୍କ ଋଣ ପରିଷୋଧ କରାଯାଇଥିଲା। ଏବେ ଉତ୍ତରପ୍ରଦେଶର ୮୫୦ ଚାଷୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ଋଣ ବୋଝ ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କ ୫.୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଋଣ ପରିଷୋଧ କରିବାରେ ସାହାଯ୍ୟ କରାଯିବ’। ସେ ପୁନର୍ବାର ଲେଖିଛନ୍ତି, ‘କେବିସିର କର୍ମବୀର ଏପିସୋଡ଼୍‍ରେ ଆସିଥିବା ଅଜିତ ସିଂହଙ୍କୁ ମଧ୍ୟ ସାହାଯ୍ୟ କରାଯାଉଛି। ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବା ଦ୍ୱାରା ସନ୍ତୋଷ ମିଳିଥାଏ’ ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବରୁ ଅମିତାଭ ମହାରାଷ୍ଟ୍ରର ୪୪ ସହିଦ ପରିବାରଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories