ବିଗ.ବି କାହିଁକି ଧୂମପାନ ବିଜ୍ଞାପନ କରନ୍ତି ନାହିଁ?

0

ମୁମ୍ବଇ : ବଲିଉଡ କିମ୍ବଦନ୍ତି ବିଗ-ବି ଅମିତାଭ ବଚ୍ଚନଙ୍କ ବିଜ୍ଞାପନ ଦର୍ଶକଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ବଲିଉଡର ଏହି ବରିଷ୍ଠ ଅଭିନେତା ଟେଲିଭିଜନରେ ଧୂମପାନ ବିଜ୍ଞାପନରେ ନଜର ଆସନ୍ତି ନାହିଁ। ଏହାକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହଥିଲା। ବିଗ-ବି ଦର୍ଶକମାନଙ୍କରେ ମନରେ ଥିବା ଏହି ସମସ୍ତ ପ୍ରଶ୍ନର ଆଜି ସ୍ପଷ୍ଟ କରିଛନ୍ତି। ଅମିତାଭ କହିଛନ୍ତି, ମୁଁ କୌଣସି ଧୂମପାନ ସାମଗ୍ରୀର ବ୍ୟବହାର କରୁନାହିଁ, ତେଣୁ ମୁଁ ଏହିସମସ୍ତ ଦ୍ରବ୍ୟର ବିଜ୍ଞାପନ ମଧ୍ୟ କରୁନାହିଁ। ଅମିତାଭ ବିଭିନ୍ନ ଖାଦ୍ୟ ସାମଗ୍ରି, ଦୈନନ୍ଦିନ ବ୍ୟବହୃତ ଦ୍ରବ୍ୟ, ଛୁଆଙ୍କ ବ୍ୟବହାରିକ ସାମଗ୍ରୀର ବିଜ୍ଞାପନ କରୁଥିବାର ଟେଲିଭିଜନରେ ନଜର ଆସିଥାନ୍ତି। ବଲିଉଡ ବିଗ.ବି ଆହୁରି କହିଛନ୍ତି, ମୁଁ ଯେଉଁ ଦ୍ରବ୍ୟକୁ ପସନ୍ଦ କରେ ଏବଂ ବ୍ୟବହାର କରେ ତାହାର ହିଁ ବିଜ୍ଞାପନ କରେ। ଶୁକ୍ରବାର କୟୋରିଅସ କ୍ରିଏଟିଭ ଆୱାର୍ଡରେ ଭାରତରେ ବିଜ୍ଞାପନକୁ ନେଇ ଅମିତାଭଙ୍କୁ ବିଜ୍ଞାପନର ମାଷ୍ଟର ବୋଲି ତାଙ୍କୁ ପୁରସ୍କୃତ କରାଯାଇଛି। ଏହି ପୁରସ୍କାର ପାଇବାପରେ ଅମିତାଭ କହିଛନ୍ତି ମୁଁ ଏହାର ହକଦାର କି ନୁହେଁ ଜଣିନି, କିନ୍ତୁ ମୁଁ ବିଜ୍ଞାପନରେ କରିଥିବା ଅଭିନୟକୁ ନେଇ ଗର୍ବିତ।

Leave A Reply