www.samajalive.in
Sunday, December 14, 2025
19.1 C
Bhubaneswar

୮୩ ବର୍ଷ ବୟସରେ ଅମିତାଭ

ନୂଆଦିଲ୍ଲୀ ,୧୧ \୧୦ :ଭାରତୀୟ ସିନେମାର ଶେହେନ୍‌ଶାହ ଅମିତାଭ ବଚ୍ଚନ ୮୩ ବର୍ଷ ବୟସରେ ପାଦ ଥାପିଛନ୍ତି । । ୬ ଦଶବ୍ଦି ଧରି ବଲିଉଡ୍ ଓ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସ୍ବତନ୍ତ୍ର ସ୍ଥାନ ରଖିଥିବା ବିଗ୍ ବି’ଙ୍କ ଜନ୍ମଦିନ । ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ସିନେମାର ଆଇକନ ଅମିତାଭ ବଚ୍ଚନ । ପ୍ରଖ୍ୟାତ ହିନ୍ଦୀ କବି ହରିବଂଶ ରାୟ ବଚ୍ଚନ ଏବଂ ସମାଜସେବୀ ତେଜି ବଚ୍ଚନଙ୍କ କୋଳ ମଣ୍ଡନ କରିଥିଲେ ମହାନାୟକ ଅମିତାଭ । ଆଜି ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ୍ସ ଓ ସାଥୀ କଳାକାରଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ଟିକେ ଝଲକ ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।

୧୯୬୯ରେ ଅମିତାଭ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ”ଭୁବନ ସୋମେ”ରେ ଭଏସ୍‌ ନ୍ୟାରେଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଆନନ୍ଦ, ଜଞ୍ଜିର, ରୋଟି କପଡା ଔର ମକାନ୍ ଚଳଚ୍ଚିତ୍ରରେ ଆରମ୍ଭ ମହାନାୟକଙ୍କ ଯାତ୍ରା । ଏହା ପରେ ବ୍ୟାକ୍‌ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଦିୱାର, ସୋଲେ, କଭି କଭି, ଅମର ଆକବର ଆନ୍ଥୋନୀ, ପର୍ବରିଶ, କସମେ ୱାଦେ, ଡନ୍, ତ୍ରିଶୁଳ, ସୁହାଗ, ଦୋସ୍ତାନା, ଅନ୍ଧାକାନୁନ, କୁଲି ପରି ୨୦୦ରୁ ଅଧିକ ଫିଲ୍ମରେ ଦାମଦାର ଅଭିନୟ କରିଛନ୍ତି ଅମିତାଭ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories