www.samajalive.in
Friday, December 5, 2025
16.1 C
Bhubaneswar

୧୮ରେ ମୁକ୍ତିଲାଭ କରିବ ‘ବାସ୍ତବ’: ବଲିଉଡର ତୁଷାର ବେଦୀଙ୍କ ସହ ନଜର ଆସିବେ ଓଲିଉଡର ଅଙ୍କିତା

ସମାଜ ଡିଜିଟାଲ ଡେସ୍କ: ବନସ୍ୱର୍ଣ୍ଣ ଟେଲିଭିଜନ ଦ୍ୱାରା ପ୍ରଯୋଜିତ ତଥା ଏଲଟି ପ୍ରଡ଼କସନ ସହଭାଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ବାସ୍ତବ”ର ସମସ୍ତ ସୁଟିଂ ଶେଷ ହେବା ପରେ ଏହାର ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି l ଆସନ୍ତା ୧୮ ଅକ୍ଟୋବରରେ ବାସ୍ତବ ଚଳଚ୍ଚିତ୍ର ମୁକ୍ତିଲାଭ କରିବ।

ବାସ୍ତବ ଏକ ସସ୍ପେନ୍ସ, ଥ୍ରୀଲର ତଥା ପାରିବାରିକ କାହାଣୀ ଆଧାରିତ ଚଳଚ୍ଚିତ୍ର। ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ। ସଂଳାପ ରଚନା କରିଛନ୍ତି ସଞ୍ଜୟ ମହାକୁଳ। ସହ ପ୍ରଯୋଜନା କରିଛନ୍ତି ନିବେଦିତା ପଟ୍ଟନାୟକ l ଅରୁଣ ମନ୍ତ୍ରୀ, ନିହାର ପ୍ରିୟାଶିଷ ଏବଂ ବିକୁ ବାବୁ ରଚନା କରିଥିବା ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ l ମୋଣ୍ଟାଜ ଗୀତ ଜ୍ଞାନ ବେହେରା କରିଛନ୍ତି l ହ୍ୟୁମାନ ସାଗର ଏବଂ ଅନ୍ତରୀକ୍ଷା ନାୟକ କଣ୍ଠଦାନ କରିଛନ୍ତି l ସମସ୍ତ ଗୀତର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ l କାହ୍ନୁ ନନ୍ଦ ଶୁଭମ ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି ଏବଂ ପିଣ୍ଟୁ ନାୟକ ସମ୍ପାଦନା କରିଛନ୍ତି l ଫାଇଟ୍ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ବଳ। ଏହି ଚଳଚ୍ଚିତ୍ରରେ ବଲିଉଡର ତୁଷାର ବେଦୀଙ୍କ ସହ ନଜର ଆସିବେ ଓଲିଉଡର ଅଙ୍କିତା ଦାଶ। ଏହାବ୍ୟତୀତ ରବି ମିଶ୍ର, ଅଭିଜିତ ଦାଶ, ଭୂପତି ତ୍ରିପାଠୀ, ପ୍ରଭାତୀ ସାହୁ, ଅଭିଷେକ, ଲୁଲୁ ଆଚାର୍ଯ୍ୟ, ମଧୁସ୍ମିତା, ଅମର, ମିଟୁ ମିଥୁନ, ସୋନାଲି, ବିଜୟ, ଆକାଶ, ପୂଜା, ସ୍ମିତା, ମନୋଜ ସାହୁ, ଶକ୍ତି ଏବଂ ସୂର୍ଯ୍ୟ ଭଳି ଅନେକ କଳାକାର ବାସ୍ତବ ଚଳଚ୍ଚିତ୍ରରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି। ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ଓ ମିଡିଆ ପ୍ଲାନର ଅଛନ୍ତି‌ ପ୍ରଣୟ ଜେଠୀ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories