www.samajalive.in
Monday, December 15, 2025
26.1 C
Bhubaneswar

ବିଜେପିରେ ମିଶିଲେ ଜୟ ଢୋଲକିଆ, ନୂଆପଡ଼ାରୁ ହୋଇପାରନ୍ତି ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ବିଜେଡି ଜୟଙ୍କୁ ପ୍ରାର୍ଥୀ କରିବ ବୋଲି ଆଶା ରହିଥିବାବେଳେ ସେ ଦଳକୁ ଚକ୍‌ମା ଦେଇ ବିଜେପିରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଜୟ ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହା ପରେ ତାଙ୍କୁ ହିଁ ବିଜେପି ନୂଆପଡ଼ାରେ ପ୍ରାର୍ଥୀ କରିବ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ଜୟ ଢୋଲକିଆ ବିଜେପିରେ ଯୋଗଦେବା ପରେ ନୂଆପଡ଼ା ବିଧାନସଭା ଆସନକୁ ନେଇ ସବୁ ଅଙ୍କ ଏପଟ ସେପଟ ହୋଇଯାଇଛି। ବିଜେଡ଼ି ଦଖଲରେ ଥିବା ନୂଆପଡ଼ା ଆସନରେ ବିଜେପିର ପତିଆର ବଢ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୟଙ୍କ ବିଜେପିରେ ଯୋଗଦାନ ବିଜେଡିକୁ ଶକ୍ତ ଝଟ୍‌କା ଦେଇଛି ବୋଲି କୁହାଯାଉଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories