www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା ବନ୍ଧୁକଧାରୀ ଯୁବକ

ସମାଜ ଡିଜିଟାଲ ଡେସ୍କ: ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା ବନ୍ଧୁକଧାରୀ ଯୁବକ। ଆନନ୍ଦ ବଜାରରେ କିଛି ସେବାୟତ ଉକ୍ତ ଯୁବକକୁ କାବୁକରି ଫାଣ୍ଡି ପୁଲିସ ଜିମା ଦେଇଛନ୍ତି। ଉକ୍ତ ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ହସ୍ତାନ୍ତର କରାଯାଇଛି। ସନ୍ଦିଗ୍ଧ ଯୁବକ ହେଲେ କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳର ବିକ୍ରମ ସ୍ବାଇଁ। ସେ ନିଜକୁ ଜଣେ ପିଏସଓ ବୋଲି ସେବାୟତଙ୍କୁ ପରିଚୟ ଦେଇଛି। ଉକ୍ତ ଯୁବକ ସହ ଅନ୍ୟଜଣେ ଯୁବକ ସାଙ୍ଗରେ ଥିଲେ। ସେ ହେଲେ କଟକରେ ଏକ ମୋବାଇଲ ଦୋକାନ କରିଥିବା ଜଗତସିଂହପୁର ଜିଲାର ଦେବାଶିଷ ମହାରଣା।

କେଉଁ ପରିସ୍ଥିତିରେ ଯୁବକ ସାଦା ପୋଷାକରେ ଅଣ୍ଟାରେ ବନ୍ଧୁକ ଖୋସି ମନ୍ଦିର ଭିତରେ ପଶିଥିଲେ ତାହାକୁ ନେଇ ସନ୍ଦେହ ସୃ​‌ଷ୍ଟି କରିଛି। ଏ ନେଇ ଫାଣ୍ଡି ଅଧିକାରୀ ଏଏସ୍‌ଆଇ ସୁବାସ ନାୟକ ପୁଲିସ ପିସିଆର ଡ଼ାକି ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ପଠାଇଛନ୍ତି। ଯୁବକ ସହ ତା’ର ମାଲିକକୁ ଶ୍ରୀଲିଙ୍ଗରାଜ ଥାନା ଜିମା ଦିଆଯାଇଛି। ପୁଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories