www.samajalive.in
Monday, November 17, 2025
17.1 C
Bhubaneswar

ପୁଲିସ ପାରିଲାନି, ନାବାଳିକା ଅପହର୍ତ୍ତାକୁ ଧରିଲେ ଲୋକେ

ରଣପୁରଗଡ: ପୁଲିସ ପାରିଲାନି। ଶେଷରେ ନାବାଳିକା ଅପହରଣକାରୀଙ୍କୁ ଧରିଲେ ଲୋକେ। ଏହା ପରେ ଲୋକମାନେ ଅଭିଯୁକ୍ତ ଯୁବକକୁ ପୁଲିସ ଜିମା ଦେଇଛନ୍ତି। ଟାଙ୍ଗୀ ଥାନା ଅଞ୍ଚଳରେ ଶନିବାର ଏହି ଘଟଣା ଘଟିଛି।

ଘଟଣାରୁ ପ୍ରକାଶ ଯେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଲତାର ଗ୍ରାମର ବିବାହିତ ଯୁବକ ରାକେଶ ବେହେରା ସ୍ଥାନୀୟ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗତ ସେପ୍ଟେମ୍ବର ମାସରୁ ବିଦ୍ୟାଳୟରୁ ଅପହରଣ କରି ନେଇଥିଲା। ଏ ନେଇ ନାବାଳିକା ପରିବାର ତରଫରୁ ରଣପୁର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଖେ।ଜୁଥିଲା। କିନ୍ତୁ ଅଭିଯୁକ୍ତ କି ନାବାଳିକାଙ୍କ ଟେର ପାଇପାରି ନ ଥିଲା। ନାବାଳିକା ମାମୁ ଘର ଲୋକ ସନ୍ଧାନ ନେଉଥିବା ବେଳେ ଖବର ମିଳିଥିଲା ଯେ ରାକେଶ ଏକ ମୋଟର ସାଇକେଲ ଯେ।ଗେ ନାବାଳିକାକୁ ନେଇ ଖେ।ର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଟକୁ ଯାଉଛି। ତେଣୁ ଟାଙ୍ଗୀ ବସଷ୍ଟାଣ୍ଡରେ ବୁଲୁଥିବା କିଛି ଯୁବକ ଖବର ପାଇ ରାକେଶକୁ ଅଟକାଇ ବିଦ୍ୟୁତ ଖୁଣ୍ଟରେ ବାନ୍ଧି  ଟାଙ୍ଗୀ ପୁଲିସକୁ ଖବର ଦେଇଥିଲେ। ଟାଙ୍ଗୀ ପୁଲିସ ରଣପୁର ପୁଲିସକୁ ଅଭିଯୁକ୍ତକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଚାଲିଥିବା ଜଣାପଡିଛି। ଅପରପକ୍ଷେ ନାବାଳିକାକୁ ତାଙ୍କ ମା’ ଆଣି ଚାନ୍ଦପୁର ଥାନାରେ ରଖିଥିବା ଜଣାପଡିଛି।

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories