www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଲେ ବିଗ୍‍ ବି: ଶୂନ୍ୟରୁ କମ୍‍ ତାପମାତ୍ରାରେ କଲେ ଶୁଟିଂ

ମୁମ୍ବଇ: ବଲିଉଡ଼ର ମହାନାୟକ ଭାବେ ପରିଚିତ ଅମିତାଭ ବଚ୍ଚନ ସର୍ବଦା ନିଜ କାମକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି ତଥା ଏଥିପ୍ରତି ଖୁବ୍‍ ସଚେତନ ରହିଥାଆନ୍ତି। ନିଜର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିବା ବିଗ୍‍ ବି ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିବା ସୂଚନା ମିଳିଛି। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଚେହରେ’ର କିଛି ଦୃଶ୍ୟରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଶୁଟିଂ କରିବା ପରେ ଅମିତାଭ ଏବେ ‘ଚେହରେ’ର ଶୁଟିଂ ପାଇଁ ଟିମ୍‍ ସହ ସ୍ଲୋଭାକିଆ ଯାଇଛନ୍ତି। ସେଠାରେ ସେ ଶୂନ୍ୟରୁ କମ୍‍ ତାପମାତ୍ରରେ ମଧ୍ୟ ଶୁଟିଂ କରିଛନ୍ତି।

ଚଳଚ୍ଚିତ୍ରର ପ୍ରଯୋଜକ ଆନନ୍ଦ ପଣ୍ଡିତ କହିଛନ୍ତି, “ଅମିତାଭ ‘ଚେହରେ’ର ପ୍ରସ୍ତୁତିରେ ନିଜର କିଛି ମତାମତ ତଥା ପରାମର୍ଶ ଦେଇଛନ୍ତି। ଏହା ସହିତ ଚଳଚ୍ଚିତ୍ରରେ କିଛି ଦୃଶ୍ୟର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହି ଚଳଚ୍ଚିତ୍ରର ଶୁଟିଂ ସମୟ ଆମ ପାଇଁ ବହୁତ ଖାସ୍‍ ଏବଂ ଚିର ସ୍ମରଣୀୟ ହୋଇ ରହିବ। ଶୂନ୍ୟରୁ କମ୍‍ ତାପମାତ୍ରା ହୋଇଯିବା ପରେ ଆମକୁ ଲାଗୁଥିଲା ଯେ ଶୁଟିଂ ଆଉ ସମ୍ଭବ ନୁହେଁ। ସେହି ସମୟରେ କେବଳ ବଚ୍ଚନ ସାର୍‍ ହିଁ ଥିଲେ, ଯିଏ ସବୁଠାରୁ ପ୍ରଥମେ ସେଟ୍‍ରେ ପହଞ୍ଚୁଥିଲେ ଏବଂ ଆମକୁ ସାହସ ତଥା ପ୍ରୋତ୍ସାହନ ଦେଉଥିଲେ। ସେ ନିଜର କିଛି ଜ୍ଞାନ କୌଶଳ ଆମ ସହ ବାଣ୍ଟିଛନ୍ତି, ଯାହାକୁ ଚଳଚ୍ଚିତ୍ର ପ୍ରସ୍ତୁତିରେ ବ୍ୟବହାର କରାଯାଇଛି। ଫଳରେ ଚଳଚ୍ଚିତ୍ରର ଦୃଶ୍ୟଗୁଡ଼ିକ ଅଧିକ ଭଲ ହୋଇପାରିଛି”।

- Advertisement -

ସୂଚନାଯୋଗ୍ୟ, ‘ଚେହରେ’ରେ ଇମ୍ରାନ୍‍ ହାସମୀ ଓ କ୍ରିଷ୍ଟଲ ଡିସୁଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ୨୪ ଏପ୍ରିଲ ୨୦୨୦ରେ ପରଦାକୁ ଆସିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories