www.samajalive.in
Monday, December 15, 2025
17.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ଅମୀରଙ୍କୁ ତାଚ୍ଛଲ୍ୟ

ମୁମ୍ବଇ : ବଲିଉଡ ଅଭିନେତା ଅମୀର ଖାନ ସାମାଜିକ ମାଧ୍ୟମରେ ନିଜର ପ୍ରଶଂସକ ମାନଙ୍କ ଦ୍ୱାରା ତାଚ୍ଛଲ୍ୟର ଶିକାର ହୋଇଛନ୍ତି। ଅଭିନେତା ଅମୀର ବର୍ତ୍ତମାନ ସ୍ତ୍ରୀ କିରଣ ରାଓ, ପୁଅ ଆଜାଦ ରାଓ, ଝିଅ ଇରା ଖାନଙ୍କ ସହ ତାମିଲନାଡୁର କୁନୁର ପର୍ବତରହଣୀ ସ୍ଥଳୀରେ ଗ୍ରୀଷ୍ମ କାଳୀନ ଛୁଟି କଟାଉଛନ୍ତି। ଏହି ଛୁଟିର ଏକ ଫଟୋ ଅଭିନେତା ଅମୀର ନିଜର ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଅମୀର ପ୍ରଥମ ସ୍ତ୍ରୀ ରୀନା ଦତ୍ତଙ୍କ ଝିଅ ଇରା ଖାନଙ୍କ ସହ ମଜା କରୁଥିବାର ନଜର ଆସୁଛନ୍ତି। କିନ୍ତୁ ଏହି ଫଟୋକୁ କିଛି ପ୍ରଶଂସକ କମେଣ୍ଟକରି ଅମୀରଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଏହି ଫଟୋରେ ଇରା ଏକ ଛୋଟ ପୋଷାକ ପିନ୍ଧି ଅମୀରଙ୍କ ଉପରେ ବସିଥିଲେ। ରମଜାନ ସମୟରେ ଏଭଳି ଫଟୋ ଅମୀରଙ୍କୁ ଫେସବୁକରେ ସେୟାର କରିବାର ନ ଥିଲା ବୋଲି, ପ୍ରଶଂସକ ଲେଖିଛନ୍ତି। ଅନ୍ୟକିଛି ପ୍ରଶଂସକ କହିଛନ୍ତି, ରମଜାନ ସମୟରେ ଇରା ଏଭଳି ପୋଷାକ ପରିଧାନ କରିବାର ନ ଥିଲା। ଅଭିନେତା ଅମୀର ଖାନ ନିର୍ଦେଶକ ମଂସୁର ଖାନଙ୍କ ଜନ୍ମଦିନ ପାଳିବାପାଇଁ ତାମିଲନାଡୁ ଯାଇଥିବା ନିଜର ଟୁଇଟର୍‍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories