www.samajalive.in
Monday, December 15, 2025
17.1 C
Bhubaneswar

କର୍ଣ୍ଣାଟକ ପରେ କମଳନାଥଙ୍କ ପାଇଁ ବଢୁଛି ସମସ୍ୟା!

ନୂଆଦିଲ୍ଲୀ : କର୍ଣ୍ଣାଟକ ଭଳି ହିନ୍ଦି ଭାଷାଭାଷୀ କ୍ଷେତ୍ରରେ ମଧ୍ୟ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ଉଦ୍ୟମ କରୁଥିବା ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ବୁଧବାର ଅଭିଯୋଗ କରିଛନ୍ତି। ଏ ନେଇ ଦଳ ମଧ୍ୟପ୍ରଦେଶରେ ମଧ୍ୟ ଘୋଡାବେପାର ଆରମ୍ଭ କରିଥିବା ଦର୍ଶାଇ ସେ କହିଛନ୍ତି ୩ ରାଜ୍ୟରେ ପରାଜିତ ହେବା ପରେ ବିଜେପି ସମ୍ପୂର୍ଣ୍ଣ ଭାବେ ଆଶଙ୍କା ମଧ୍ୟରେ ଗତି କରୁଛି। ଆଗାମୀ ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ ଦୀର୍ଘ ଦିନ ପର୍ଯ୍ୟନ୍ତ କ୍ଷମତାରୁ ଦୂରେଇ ରହିବାର ଆଶଙ୍କା କରି ଦଳ ଏବେ ଘୋଡାବେପାରକୁ ଆଦରି ନେଇଛି; କିନ୍ତୁ ମଧ୍ୟପ୍ରଦେଶରେ କଂଗ୍ରେସ ସହିତ ଏସ୍‌ପି, ବିଏସ୍‌ପି ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ମଧ୍ୟପ୍ରଦେଶରେ କଂଗ୍ରେସ ବହୁମତଠାରୁ ମାତ୍ର ୫ଟି ଆସନ ଅଧିକ ପାଇଛି। କଂଗ୍ରେସ ପ୍ରତି ଏସ୍‌ପିର ଜଣେ ଏବଂ ବିଏସ୍‌ପିର ୨ ଜଣ ବିଧାୟକଙ୍କ ସମେତ ମୋଟ ୧୨୧ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିଜେପିର ସଦସ୍ୟ ସଂଖ୍ୟା ୧୦୯ରେ ସୀମିତ ଅଛି। ଏଭଳି ସ୍ଥିତିରେ ଯଦି କିଛି ବିଧାୟକ ସମର୍ଥନ ପ୍ରତ୍ୟାହାର କରନ୍ତି ତା’ହେଲେ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ନେତୃତ୍ବାଧୀନ ସରକାର ବିପଦରେ ପଡିବାର ଆଶଙ୍କା ରହିଛି। କିନ୍ତୁ ଏଭଳି ଆଶଙ୍କାକୁ ଅସ୍ବୀକାର କରିବା ସହ କମଳନାଥ ମଙ୍ଗଳବାର ବିଜେପିକୁ ନିଜ ସ୍ଥିତି ସମ୍ଭାଳିବାର ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories