www.samajalive.in
Saturday, December 13, 2025
21.1 C
Bhubaneswar

ବିବାଦ ସତ୍ତ୍ବେ ଦୁଇ ବିଚାରପତିଙ୍କ ନିଯୁକ୍ତିରେ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି କୈଳାସ ଗମ୍ଭୀରଙ୍କ ପ୍ରତିବାଦ ସତ୍ତ୍ବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିବା ଦୁଇ ବିଚାରପତିଙ୍କ ନୂଆ ନିଯୁକ୍ତି ଉପରେ ବୁଧବାର ସନ୍ଧ୍ୟାରେ ମୋହର ଲଗାଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦିନେଶ ମାହେଶ୍ବରୀ ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପଦୋନ୍ନତିକ୍ରମେ ସୁପ୍ରିମକୋର୍ଟ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। ଜଷ୍ଟିସ ମାହେଶ୍ବରୀ ଓ ଜଷ୍ଟିସ ଖାନ୍ନା ଶପଥ ଗ୍ରହଣ ଦିନଠାରୁ ହିଁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ବୋଲି ନିଯୁକ୍ତି ପତ୍ରରେ ନିର୍ଦେଶ ରହିଛି। ଜାନୁଆରୀ ୧୧ରେ ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ଜଣିଆ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏହି ଦୁଇ ଜଣଙ୍କ ନାମ ପଦୋନ୍ନତି ପାଇଁ ସୁପାରିସ ହୋଇଥିଲା।
ପୂର୍ବରୁ ଡିସେମ୍ବର ୧୨ରେ କଲେଜିୟମ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେନ୍ଦ୍ର ମେନନ୍‌ ଓ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରଦୀପ ନନ୍ଦ୍ରଯୋଗଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ପଦ ପାଇଁ ସୁପାରିସ କରିଥିଲେ। ଏମାନଙ୍କ ପଦୋନ୍ନତି ନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷାନ କାଉଲ ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଓ କଲେଜିୟମ ସଦସ୍ୟମାନଙ୍କ ନିକଟରେ ପ୍ରତିବାଦ କରିଥିଲେ। ସେମାନଙ୍କ ବରିଷ୍ଠତା ନେଇ ସେ ପ୍ରଶ୍ନ ଉଠାଇଥିଲେ। ସେହିପରି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି କୈଳାସ ଗମ୍ଭୀର ସାନି ନିଯୁକ୍ତି ସମ୍ପର୍କରେ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଏଭଳି ନିଷ୍ପତ୍ତି ‘ଐତିହାସିକ ଭୁଲ୍‌’ ବୋଲି ଦର୍ଶାଇଥିଲେ। ପଦୋନ୍ନତି ପାଇଥିବା ସମ୍ପୃକ୍ତ ଦୁଇ ବିଚାରପତି ବରିଷ୍ଠ ତାଲିକାରେ ଥିବା ୩୨ଜଣ ହାଇକୋର୍ଟ ବିଚାରପତିଙ୍କୁ ଅତିକ୍ରମ କରିଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ମୁଖ୍ୟ ବିଚାରପତି ମଧ୍ୟ ଅଛନ୍ତି। ସେମାନଙ୍କ ଜ୍ଞାନ, ଦକ୍ଷତା ଓ ସାଧୁତା ପ୍ରତି ଏହା କୁଠାରାଘାତ’ ବୋଲି ଗମ୍ଭୀର ରାଷ୍ଟ୍ରପତିଙ୍କୁ ଜଣାଇଥିଲେ। ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ଏହି ନିଯୁକ୍ତିର ତୀବ୍ର ପ୍ରତିବାଦ କରାଯାଇଛି। ଏହା ଅନ୍ୟାୟୋଚିତ ଓ ସ୍ବେଚ୍ଛାଚାରିତାର ନିଦର୍ଶନ ବୋଲି କାଉନ୍‌ସିଲ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଛନ୍ତି। କାଉନ୍‌ସିଲ ପ୍ରତିନିଧି ମଣ୍ଡଳୀ ଏ ସମ୍ପର୍କରେ କଲେଜିୟମ ସହିତ ଆଲୋଚନା କରିବେ ବୋଲି ମିଶ୍ର କହିଛନ୍ତି।
ଏହି ଘଟଣାରେ ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ଆର.ଏମ ଲୋଧା ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। ‘ବହୁ ବରିଷ୍ଠଙ୍କୁ ଉପେକ୍ଷା କରି କନିଷ୍ଠ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଠାଯିବା ନିଷ୍ପତ୍ତିରେ ମୁଁ ବିସ୍ମିତ। କଲେଜିୟମର ପ୍ରତିଟି ନିଷ୍ପତ୍ତିରେ ଏହାର ପରିପକ୍ବତା ପ୍ରତିଫଳିତ ହେବା ଉଚିତ ଓ ଏହାର କାର୍ଯ୍ୟରେ ସ୍ବଚ୍ଛତା ରହିବା ଉଚିତ। କଲେଜିୟମ ଏକ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories