www.samajalive.in
Sunday, December 14, 2025
19.1 C
Bhubaneswar

ଅଷ୍ଟ୍ରେଲିଆରୁ ଫେରିବା ପରେ ପଦାକୁ ବାହାରି ନାହାନ୍ତି ହାର୍ଦିକ

ନୂଆଦିଲ୍ଲୀ : ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରି ବିସିସିଆଇ ଦ୍ବାରା ବାସନ୍ଦ ହୋଇଛନ୍ତି ଭାରତୀୟ କ୍ରିକେଟର୍‌ ହାର୍ଦିକ ପାଣ୍ଡ୍ୟା ଓ କେଏଲ୍‌ ରାହୁଲ। ଏହି ଦୁଇ କ୍ରିକେଟର୍‌ଙ୍କୁ ଅଷ୍ଟ୍ରେଲିଆରୁ ଭାରତ ଫେରାଇ ଆଣିଛି ବିସିସିଆଇ। ସମଗ୍ର ଘଟଣାକ୍ରମ ସଂପର୍କରେ ତଦନ୍ତ ପ୍ରକ୍ରିୟା ବାକି ଥିବା ବେଳେ ସ୍ବଦେଶ ଫେରିବା ପରେ ହାର୍ଦିକ ଘରୁ ପଦାକୁ ଗୋଡ଼ କାଢ଼ି ନ ଥିବା ସୂଚନା ଦେଇଛନ୍ତି ତାଙ୍କ ବାପା।
ଗଣମାଧ୍ୟମକୁ ସୂଚନା ଦେଇ ହାର୍ଦିକଙ୍କ ବାପା ହିମାଂଶୁ କହିଛନ୍ତି ଅଷ୍ଟ୍ରେଲିଆରୁ ଫେରିବା ପରେ ହାର୍ଦିକ ଘରୁ ବାହାରି ନାହାନ୍ତି। ସେ ଫୋନ୍‌ରେ ମଧ୍ୟ କାହା ସହ କଥାବାର୍ତ୍ତା ହୋଇନଥିବାବେଳେ ବିଶ୍ରାମ ନେବାକୁ ବେଶୀ ପସନ୍ଦ କରୁଛନ୍ତି। ଗୁଜରାଟରେ ମକର ସଂକ୍ରାନ୍ତି ଏକ ବଡ଼ ପର୍ବ। ଏହି ଦିନରେ ପ୍ରାୟ ସମସ୍ତେ ଗୁଡ଼ି ଉଡ଼ାଇଥାନ୍ତି। ତେବେ ଏଥରର ମକର ସଂକ୍ରାନ୍ତିରେ ହାର୍ଦିକ ଗୁଡ଼ି ଉଡାଇନଥିବା ହିମାଂଶୁ ସୂଚନା ଦେଇଛନ୍ତି। ହାର୍ଦିକ ଗୁଡ଼ି ଉଡାଇବାକୁ ବେଶ୍‌ ଭଲ ପାଆନ୍ତି, ତେବେ ପ୍ରାୟତଃ ମକର ସଂକ୍ରାନ୍ତି ସମୟରେ ସେ କ୍ରିକେଟ୍ ଖେଳିବାରେ ବ୍ୟସ୍ତ ଥିବାରୁ ଗୁଡ଼ି ଉଡାଇ ପାରନ୍ତି ନାହିଁ। ଚଳିତଥର ସେ ମକର ସଂକ୍ରାନ୍ତି ଦିନ ଘରେ ଥିଲେ ମଧ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁଡ଼ି ଉଡାଇନଥିବା ହିମାଂଶୁ କହିଛନ୍ତି। ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ହାର୍ଦିକ ବେଶ୍‌ ପଶ୍ଚାତ୍ତାପ କରୁଛନ୍ତି। ପରିବାର ସଦସ୍ୟ ଘଟଣା ସଂପର୍କରେ ହାର୍ଦିକଙ୍କୁ କିଛି ନ ପଚାରିବାକୁ ନିଷ୍ପତ୍ତି ନେଇଛନ୍ତି। ବଡ଼ଭାଇ କ୍ରୁନାଲ୍‌ଙ୍କ ସହ ହାର୍ଦିକଙ୍କ ସଂପର୍କ ବେଶ୍‌ ଭଲ ଥିଲେ ମଧ୍ୟ କ୍ରୁନାଲ୍‌ ମଧ୍ୟ ଘଟଣା ସଂପର୍କରେ ହାର୍ଦିକଙ୍କୁ କିଛି ପଚାରି ନାହାନ୍ତି। ଏହି ଘଟଣାରେ ବିସିସିଆଇ କ’ଣ ନିଷ୍ପତ୍ତି ଗ୍ରହଣ କରିବ ତାହା ଉପରେ ପରିବାର ତରଫରୁ ନଜର ରହିଥିବା ହିମାଂଶୁ ମତ ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories