ଅଚଳ ହୋଇ ପଡ଼ି ରହିଛି ସାଂସଦ ଦେଇଥିବା ଆମ୍ବୁଲାନ୍ସ
କଳାପଥର :ବାଙ୍କୀ ଉପକଣ୍ଠର କଳାପଥର ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ଲୋକସଭା ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ଏକ ଅମ୍ବୁଲାନ୍ସ ଏବେ ରାସ୍ତାରେ ଚଳାଚଳ କରିନପାରି ଡାକ୍ତରଖାନା ପରିସରରେ ପଡିରହିଛି। ଉକ୍ତ ଆମ୍ବୁଲାନ୍ସଟିର ଫିଟନେସ, ପ୍ରଦ୍ୟୁଷଣ ଷାଠିପିକଟ ଓ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଗାଡିଟି ରାସ୍ତାରେ ଚାଲିବା ଅନୁପେଯାଗୀ ହୋଇପଡିଛି। ଚଳିତ ମାସ ୧ ତାରିଖରୁ ରାଜ୍ୟରେ ପରିବହନ ନୀତି କଡାକଡି ଭାବରେ ପାଳନ ହେଉଥିବା ବେଳେ ଉକ୍ତ ଆମ୍ବୁଲାନ୍ସଟିର କୌଣସି କାଗଜପତ୍ର ନଥିବାରୁ ତାହା ରସ୍ତାରେ ଗଡିବା ଅନୁପଯୋଗୀ ହୋଇ ପଡିଛି।
କଳାପଥର ଡାକ୍ତରଖାନା ଉପରେ ପଶ୍ଚିମ ବାଙ୍କୀ ସମେତ ବେଗୁନିଆ-ବୋଲଗଡ ଓ ଭାପୁର ଅଞ୍ଚଳର କିଛି ଜନସାଧାରଣ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରନ୍ତି। ଏହି ଡାକ୍ତରଖାନାକୁ ଦୈନିକ ଶତାଧିକ ଲୋକ ଚିକିତ୍ସାପାଇଁ ଆସୁଥିବାବେଳେ ଏଠାରେ ଆମ୍ବୁଲାନ୍ସଟିଏ ନଥିବାରୁ ଆଜିକୁ ପ୍ରାୟ ୧୯ ବର୍ଷ ତଳେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ତାଙ୍କ ଉନ୍ନୟନ ପାଣ୍ଠିରୁ ଏକ ଆମ୍ବୁଲାନ୍ସଟି ଯୋଗାଇ ଦେଇଥିଲେ। ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସଟିର କୈାଣସି ସରକାରୀ କାଗଜପତ୍ର ହୋଇପାରି ନାହିଁ। ୧୯ ବର୍ଷଧରି ଗାଡିଟିର ବୀମା ,ଫିଟନେସ,ପ୍ରଦ୍ୟୁଷଣ,ରୋଡଟାକ୍ସ ସାଠୋପିକଟ ଆଦି ଆବଶ୍ୟକୀୟ କାଗଜପତ୍ର କରାଯାଇନାହିଁ। କୁହାଯାଉଛି ଯେ, ଗାଡିଟିର ଆବଶ୍ୟକୀୟ କାଗଜପତ୍ର ଠିକ୍ କରିବାପାଇଁ ୬୦ ରୁ୭୦ ହଜାର ଟଙ୍କା ପରିବହନ ବିଭାଗ କାର୍ଯ୍ୟାଳୟରେ ଜମା କରିବାକୁ ପଡିବ। ଏହି ଟଙ୍କା କେଉଁଠୁ ଆସିବ ତାହା ସ୍ଥିର ହୋଇପାରି ନଥିବା ବେଳେ ଅମ୍ବୁଲାନ୍ସ ଟିକୁ ସିଡିଏମଓ କାର୍ଯ୍ୟାଳୟରେ କଳାପଥର ଡାକ୍ତରଖାନା ତରଫରୁ ଫେରାଇ ଦିଆଯାଇଛି ବୋଲି ଦାୟିତ୍ୱରେ ଥିବା ଡାକ୍ତର ମନୋଜ ସେଠୀ ସୁଚନା ଦେଇଛନ୍ତି। ଖୁବ ଶୀଘ୍ର ନୁତନ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସାଧାରଣରେ ଦାବୀ କରାଯାଇଛି ।
Comments are closed.