ଆମ୍ବେଦକର ଜାତୀୟ ସ୍ମାରକୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡକ୍ଟର ଆମ୍ବେଦକର ଜାତୀୟ ସ୍ମାରକୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଦିଲ୍ଲୀର ୨୬ ଅଲିପୁର ରୋଡରେ ନିର୍ମିତ ଏହି ସ୍ମାରକୀକୁ ଶନିବାର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ଉନ୍ମୋଚନ କରାଯାଇଛି। ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ମାରକୀର ଢାଞ୍ଚା ଏକ ଖୋଲା ପୁସ୍ତକର ଆକୃତି ପରି। ଏହା ମଧ୍ୟରେ ଅଶୋକ ସ୍ତମ୍ଭ, ଆମ୍ବେଦକରଙ୍କର ୧୨ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଓ ଅନ୍ୟାନ୍ୟ ଦର୍ଶନୀୟ ଜିନିଷ ରହିଛି। ଏହା ସହିତ ଅନେକ ପ୍ରକାର ୨୦୧୬ ମାର୍ଚ୍ଚରେ ମୋଦି ଏହି ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆମ୍ବେଦକର ସ୍ମାରକୀ ଉନ୍ମୋଚନ ପାଇଁ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ ଯୋଗେ ଯାତ୍ରା କରିଥିଲେ। ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରୁ ଅଲିପୁର ପର୍ଯ୍ୟନ୍ତ ମୋଦି ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ। ମୋଦିଙ୍କର ଏହି ଯାତ୍ରା ଦେଖି ମେଟ୍ରୋ ଟ୍ରେନର ଯାତ୍ରୀମାନେ ଚକିତ ହୋଇପଡିଥିଲେ।

Leave A Reply