ଆଲ୍ମଣ୍ଡରେ ରହିଛି ହୃଦ୍ଘାତ ନିରୋଧୀ ରହସ୍ୟ
ଆପଣ ଯଦି ହୃଦ୍ରୋଗ ଜନିତ କୌଣସି ସମସ୍ୟା ଭୋଗୁଛନ୍ତି ତେବେ ନିୟମିତ ଆଲମଣ୍ଡ ଖାଇବାକୁ ସ୍ୱିଡନ୍ର ଆୟୁର୍ବିଜ୍ଞାନୀମାନେ ଉପଦେଶ ଦେଇଛନ୍ତି। ସ୍ୱିଡେନ୍ର କାରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟ୍ର ଗବେଷକମାନେ କହିଛନ୍ତି ଯେ ପ୍ରତି ସପ୍ତାହରେ ଆଲମଣ୍ଡ ଖାଇଲେ ହୃତ୍ସ୍ପନ୍ଦନ ଜନିତ ସମସ୍ୟା ଓ ହୃଦ୍ଘାତ ଆଶଙ୍କା ଦୂର ହୋଇପାରିବ। ଜୋର୍ଣ୍ଣାଲ୍ ଅଫ୍ ନ୍ୟୁଟ୍ରିଏଣ୍ଟସ୍ର ପ୍ରକାଶିତ ୧୫୦୦ ଗବେଷଣାମୂଳକ ସନ୍ଦର୍ଭର ନିର୍ଯାସକୁ ନେଇ ଗବେଷକମାନେ ଉପରୋକ୍ତ ମତ ଦେଇଛନ୍ତି। ଗବେଷକଙ୍କ କହିବା ଅନୁଯାୟୀ ହୃତପିଣ୍ଡ ଜନିତ ରୋଗର ମୁଖ୍ୟ କାରକ ହେଉଛି ଡାଇସ୍ଲିପିଡେମିଆ। ଆଲ୍ମଣ୍ଡ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ୪୫ ରୁ ୮୩ ବର୍ଷ ବୟସର ୬୧,୦୦୦ ଲୋକଙ୍କ ଉପରେ ନିରନ୍ତର ୧୭ ବର୍ଷ ଧରି କରାଯାଇଥିବା ଗବେଷଣାରୁ ଉପରୋକ୍ତ ସିନ୍ଧାନ୍ତ ମିଳିପାରିଛି। ଆଲମଣ୍ଡରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ସହିତ ତନ୍ତୁଜାତୀୟ ଉପାଦାନ ରହିଛି, ଯାହା ରକ୍ତ ସର୍କରାକୁ ଏକ ନିୟନ୍ତ୍ରିତ ସ୍ତରରେ ରଖିପାରିବ। ଏଥିସହିତ ସେଥିରେ ଭିଟାମିନ୍ ଇ ସମେତ ୧୫ଟି ଉପାଦେୟ ଗୁଣ ରହିଛି ଯାହା ରକ୍ତ ସଞ୍ଚାଳନ ଓ ମାନସିକ ସନ୍ତୁଳନ ପାଇଁ ଉପଯୋଗୀ।