www.samajalive.in
Sunday, December 7, 2025
13.1 C
Bhubaneswar

ବନ୍ଦ କୋଠରୀରୁ ବ୍ୟବସାୟୀଙ୍କ ଗଳିତ ମୃତ ଦେହ ଉଦ୍ଧାର ଘଟଣା।-୨ ଜଣ ଙ୍କ ସମ୍ପୃକ୍ତ ଅଭିଯୋଗ

ଗୋପାଳପୁର -ଆଗକୁ ନିର୍ବାଚନ ଥିବା ବେଳେ ଜିଲ୍ଲା ରେ ମୁଣ୍ଡ ପରେ‌ ମୁଣ୍ଡ ଗଡିବାରେ ଲାଗିଥିବା ବେଳେ ଗୋପାଳପୁର ରେ ଏକ ବନ୍ଦ କୋଠରୀରୁ ମଧ୍ୟରୁ ଜଣେ ବ୍ୟବସାୟୀ ଙ୍କ ଗଳିତ ଶବ ଉଦ୍ଧାର ଘଟଣାରେ ଜବତ ହୋଇଥିବା ମୋବାଇଲ ରୁ ଘଟଣାର ଗୁମୁର ପିଟିଥିବା ଜଣାପଡିଛି।ଏହା ସହ ବ୍ୟବସାୟୀଙ୍କୁ ହତ୍ୟା କରା ଯାଇଥିବା ଏବଂ ଏଥିରେ ସମ୍ପୃକ୍ତ ରହିଥିବା ଦୁଇ ଅଭିଯୁକ୍ତ ଙ୍କ ସୁରାକ ମଧ୍ୟ ପୁଲିସ ପାଇଥିବା ବେଳେ ସେମାନଙ୍କୁ ଶିଘ୍ର ପୁଲିସ କବଜା କୁ ନେବା ବୋଲି ସୂଚନା ମିଳିଛି। ଗତ ରବିବାର
ଦିନ ଗୋପାଳପୁର ପୁଲିସ ପକ୍ଷରୁ ରେଉ ସାହିରେ ଏକ ବନ୍ଦ କୋଠରୀରୁ ପରିସରରୁ ଗାଙ୍ଗପୁରର ଥାନା ଅନ୍ତର୍ଗତ ଖଇରପୁଟ ଗ୍ରାମର ମୃତକ ଜଗନ୍ନାଥ ନାୟକ(୩୭) ଙ୍କ ଗଳିତ ଶବକୁ ପୁଲିସ ଉଦ୍ଧାର କରିଥିଲା। ଏହାକୁ ନେଇ ପୁଲିସ ତନାଘନା ସମୟରେ କୋଠରୀ ପରିସରରୁ ଏକ ମୋବାଇଲ ଜବତ କରିବା ସହ ଏକ ପଥର ଖଣ୍ଡ ଏବଂ ଏକ ଲୁହା ଆଙ୍କୁଡା ଜବତ କରିଥିଲା।ଜବତ ମୋବାଇଲ କୁ ଯାଞ୍ଚ ସମୟରେ ଏଥିରୁ ମିଳିଥିବା କଲ ଡିଟେଲସ ରୁ ପୁଲିସ ଜଗନ୍ନାଥ ଙ୍କ ମୃତ୍ୟୁ ର କାରଣ ଖୋଜି ପାଇବାରେ ସକ୍ଷମ ହୋଇଥିବା ଜଣା ପଡ଼ିଥିବା ବେଳେ ତଦନ୍ତ ରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ଘଟଣାର ଅଗ୍ରଗତି ନେଇ କୌଣସି ସୂଚନା ଦେଉନଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ଘଟଣାରେ ସଂମ୍ପୃକ୍ତି ରହିଥିବା ବ୍ୟକ୍ତି ବିଶେଷ ପୁଲିସ ହାତରେ ଧରା ପଡ଼ିବା ଜଗନ୍ନାଥ ଙ୍କ ମୃତ୍ୟୁ ର ଗୁମୁର ଖୋଲିବ ବୋଲି ଜଣାପଡିଛି।

ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମର ଜଗନ୍ନାଥ ଜଣେ ମେଳାପୀ ଯୁବକ ସହ ସାମ୍ବାଦିକ ଭାବେ ଏକ ଖବରକାଗଜ ରେ କାମ କରିବା ସହ ପ୍ରଥମେ ହିଞ୍ଜିଳିକାଟୁ ଓ ପରେ ଗୋପାଳପୁର ରେ ଫାଷ୍ଟଫୁଡ ବ୍ୟବସାୟ କରି ଆସୁଥିଲେ।ଗତ ୩ ମାସ ତଳେ ରେଉ ସାହି ରେ ଭଡ଼ା ନେଇ ଅନ୍ୟ ଦୁଇ ଯୁବକଙ୍କ ସହ ରହି ଆସୁଥିଲେ।ଗତ ନଭେମ୍ବର ୨୮ ତାରିଖରେ ମୃତ ଜଗନ୍ନାଥ ଙ୍କ ସାନ ଭାଇ ପୂର୍ଣଚନ୍ଦ୍ର ନାୟକ ଅପରାହ୍ନ ୪ ଟା ବେଳେ ସମୟରେ ଫୋନ ଯୋଗେ ଜଗନ୍ନାଥ ସହ କଥା ହୋଇଥିଲା l ୨୯ ତାରିଖ ଦିନ ସକାଳ ୫ ଟା ରେ ପୁଣି ଫୋନ କରିବା ସମୟରେ କଲ କରିଥିଲେ କିନ୍ତୁ ମୋବାଇଲ ବନ୍ଦ ରହିଥିଲା l ଗୁରୁବାର ଦିନ ସାନ ଭାଇ ଗୋପାଳପୁରରେ ପହଞ୍ଚି ମୃତକ ରହୁଥିବା ଜଗନ୍ନାଥ ଙ୍କ ଘରକୁ ଯାଇ ଖୋଜାଖୋଜି କରିବା ସହ ଘର ସମ୍ମୁଖରେ ତାଲା ପଡିଥିବା ବେଳେ ଜଗନ୍ନାଥ ବ୍ୟବହାର କରୁଥିବା ମୋଟରସାଇକେଲ ( ଓ ଆର ୦୨ ବି ଏଫ ୦୧୩୦) ସେଠାରେ ଥିବା ଦେଖି ବାହାରକୁ କୁଆଡ଼େ ଯାଇଥିବ ବ ଭାବି ଫେରି ଯାଇଥିଲେ। ରବିବାର ସକାଳ ସୁଦ୍ଧା ଜଗନ୍ନାଥ ଙ୍କ କୌଣସି ଖବର ନମିଳିବାରୁ ଭାଇ ପୂର୍ଣ୍ଣ ପୁଣିଥରେ ଗୋପାଳପୁର ପହଞ୍ଚି ଭଡ଼ା ଘରୁ ନିକଟକୁ ଯାଇଥିଲେ।ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ଆସୁଥିବାରୁ ସନ୍ଦେହ କରି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

- Advertisement -

ଅଭିଯୋଗ କୁ ଭିତ୍ତି କରି ପୁଲିସ ପହଞ୍ଚି ଦୁର୍ଗନ୍ଧ ବାହାରୁଥିବାର ଦେଖି ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ କୁମାର ଙ୍କୁ ଅବଗତ କରାଇବା ସହ ମାଜିଷ୍ଟ୍ରେଟ ଭାବେ କନିଷି ଅତିରିକ୍ତ ତସିଲଦାର ସୋମେଶ ରଣବୁଜି ଏବଂ ଭାରପ୍ରାପ୍ତ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଥାନା କର୍ମଚାରୀ ସମେତ ସାଇଣ୍ଟିଫିକ ଟିମ୍ ଉପସ୍ଥିତ ରେ ରହି ମୁଖ୍ୟ କବାଟର ତାଲା ଭାଙ୍ଗା ଯାଇ ଘରର କବାଟ ଖୋଲି ଥିଲେ। ଏକ କୋଠରୀ ପରିସରରେ ଜଗନ୍ନାଥ ଙ୍କ ମୃତ ପଡ଼ିଥିବା ଦେଖିଥିଲେ l ସାଇଟିଫିକ ଟିମ ଘଟଣା ସ୍ଥଳରୁ ନମୂନା ସଂଗ୍ରହ ସହ ମୃତ ଦେହ ନିକଟରେ ପଡ଼ିଥିବା ଏକ ପଥର ସହ ଏକ ଲୁହା କବଜା , ଜଗନ୍ନାଥ ଙ୍କ ମୋବାଇଲ ଫୋନ କୁ ଜବତ କରିବା ସହ ଶବକୁ ଜବତ କରି ବ୍ରହ୍ମପୁର ବଡ ମେଡିକାଲ କୁ ବ୍ୟବଛେଦ ନିମନ୍ତେ ପଠାଇ ଦେଇଥିଲେ। ସନ୍ଧ୍ୟା ରେ ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ପହଞ୍ଚି ଘଟଣା ସ୍ଥଳକୁ ତଦନ୍ତ କରି ଫେରି ଥିଲେ l ମୃତକଙ୍କ ଙ୍କ ଭାଇ ଙ୍କ ପକ୍ଷରୁ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୪୯୬/୨୩ ମାମଲା ରୁଜୁ ତଦନ୍ତ ଚାଲୁ ରଖିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories