www.samajalive.in
Sunday, December 7, 2025
26.1 C
Bhubaneswar

ଏକକ ନାଗରିକ ସଂହିତା ପ୍ରଚଳନ ବିଷୟ ବିଚାର କରିବାକୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ପରାମର୍ଶ

ପ୍ରୟାଗରାଜ: ଦେଶରେ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ଲାଗୁ ବହୁ ବିଳମ୍ବିତ ହୋଇଥିôବାବେଳେ ଭାରତୀୟ ସମ୍ବିଧାନର ଧାରା ୪୪ ଅନୁଯାୟୀ ଦେଶରେ ଏକକ ନାଗରିକ ସଂହିତା ପ୍ରଚଳନ ପାଇଁ ଏକ ମଣ୍ଡଳୀ ଗଠନ ସମ୍ପର୍କରେ ବିଚାର କରିବାକୁ ଆଲ୍ଲାହାବାଦ ହାଇକୋଣର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ବିଧାନର ଏହି ଧାରାରେ କୁହାଯାଇଛି ଯେ ରାଷ୍ଟ୍ର ତାହାର ପରିସୀମା ମଧ୍ୟରେ ଏକକ ନାଗରିକ ସଂହିତା ପ୍ରଚଳନ ଦିଗରେ ପଦକ୍ଷେପ ଗ୍ରହଣ କରିବ । ଆନ୍ତଃ ଧର୍ମୀୟ ବିବାହକୁ ନେଇ ୧୭ଟି ଆବେଦନର ବିଚାର କରୁଥିବା ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁନିତ କୁମାରଙ୍କ ପୀଠ କହିଛନ୍ତି ଯେ ଏକକ ନାଗରିକ ସଂହିତା ସାମ୍ବିଧାନିକ ହୋଇଥିଲେ ମଧ୍ୟ ଏହି ପ୍ରସଙ୍ଗ ଯେତେବେଳେ ସର୍ବସାଧାରଣରେ ଉଠାଯାଉଛି ଅଥବା ଏହା ଉପରେ ବିତର୍କ କରାଯାଉଛି, ସେତେବେଳେ ଏହା ରାଜନୈତିକ ରୂପ ନେଉଛି ।
ଦେଶରେ ବହୁଧା ବିବାହ ଏବଂ ପାରିବାରିକ ଆଇନ କାର୍ଯ୍ୟକାରୀ ହେଉଥିବା ପରିପ୍ରେକ୍ଷୀରେ ଏକକ ନାଗରିକ ସଂହିତା ପ୍ରଚଳନ କରାଯିବାକୁ ହାଇକୋର୍ଟ ଆହ୍ୱାନ ଦେଇଛନ୍ତି । ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆନ୍ତଃ ଧର୍ମ ବିବାହ କ୍ଷେତ୍ରରେ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସଂସଦରେ ଏକକ ନାଗରିକ ସଂହିତା ଗୃହୀତ ହେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଉକ୍ତ ଦମ୍ପତିଙ୍କୁ ଅପରାଧୀଙ୍କ କବଳରୁ ସୁରକ୍ଷା ପ୍ରଦାନ କରାଯାଇପାରିବ । ମାନ୍ୟବର ଅଦାଲତ କହିଛନ୍ତି, ସଂପ୍ରତି ଏ କ୍ଷେତ୍ରରେ ସଂସଦ ହସ୍ତକ୍ଷେପ କରିବା ଏବଂ ଦେଶରେ ବହୁଧା ବିବାହ ଓ ପଞ୍ଜିକରଣ ଆଇନ ଆବଶ୍ୟକ କି ନାହିଁ ଏବଂ ବିବାହ କରୁଥିବା ପକ୍ଷଙ୍କୁ ଏକକ ପରିବାର ସଂହିତା ମଧ୍ୟକୁ ଆଣିବା ଆବଶ୍ୟକ କି ନାହିଁ ତାହା ବିଚାର କରିବାର ସମୟ ଆସିଛି । ମାନ୍ୟବର ପୀଠ ଏହା ମଧ୍ୟ କହିଥିଲେ ଯେ ଏକକ ନାଗରିକ ସଂହିତା ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ବାଧ୍ୟବାଧକତା ହୋଇଛି । ୭୫ ବର୍ଷ ତଳେ ଆମ୍ବେଦକର ଯାହା କହିଥିଲେ, ତଦନୁଯାୟୀ ଏହା ଐଛିକ ହୋଇପାରିବ ନାହିଁ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories