www.samajalive.in
Sunday, December 7, 2025
23.1 C
Bhubaneswar

୧୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଉଦବେଗର କାରଣ ହୋଇପଡ଼ିଥିବା ବେଳେ ମହାମାରୀ ସ୍ଥିତିର ମୁକାବିଲା ପାଇଁ ଆସନ୍ତା ୧୭ ତାରିଖରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସବୁ ବିଧାୟକଙ୍କ ବୈଠକ ଡାକିଛନ୍ତି। ବୈଠକରେ କରୋନା ମୁକାବିଲା ନେଇ ବିଧାୟକମାନଙ୍କ ମତାମତ ଆଧାରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୭ ତାରିଖ ସନ୍ଧ୍ୟା ୫.୩୦ରେ ବସୁଥିବା ବୈଠକ ଚିତ୍ର ଉତ୍ତୋଳନ ମାଧ୍ୟମରେ ସମ୍ମିଳନୀ (ଭିଡିଓ କନଫରେନ୍ସିଂ) ବ୍ୟବସ୍ଥାରେ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ, ବାଚସ୍ପତି ଏବଂ ଉପବାଚସ୍ପତି ବିଧାନସଭାରେ ଉପସ୍ଥିତ ରହିବେ।

ବିଧାନସଭା ସମ୍ମିଳନୀ କକ୍ଷରେ ୪୦ଜଣ ବିଧାୟକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଲୋକସେବା ଭବନର ଦ୍ବିତୀୟ ଓ ତୃତୀୟ ମହଲା ସମ୍ମିଳନୀ କକ୍ଷ ସମେତ ନୂତନ ସମ୍ମିଳନୀ କକ୍ଷରେ ମଧ୍ୟ ମନ୍ତ୍ରୀ ବିଧାୟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଯେଉଁମାନେ ଆସିପାରିବେ ନାହିଁ ସେମାନେ ନିଜ ଜିଲା କିମ୍ବା ନିର୍ବାଚନମଣ୍ଡଳୀରୁ ବୈଠକରେ ଭାଗ ନେବେ। କରୋନା ସ୍ଥିତି ସମେତ ଟିକାକରଣ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ, ସେ ସମ୍ପର୍କରେ ବିଧାୟକମାନେ ପ୍ରସ୍ତାବ ଦେବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories