କେନ୍ଦୁଝର ଷ୍ଟାଡ଼ିୟମରେ ଅଲ ଓଡିଶା କ୍ୟାରମ ଚମ୍ପିଆନସିପ୍‌‌ ଆରମ୍ଭ

କେନ୍ଦୁଝରଗଡ: କେନ୍ଦୁଝର ଷ୍ଟାଡିୟମହଲରେ ଅଲ ଓଡ଼ିଶା ଚାମ୍ପିଆନ୍ସ ଟ୍ରଫି କ୍ୟାରମ ପ୍ରତିଯୋଗିତା ଉଦ୍‌‌ଘାଟିତ ହୋଇଯାଇଛି। ଜିଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଦାଶ, ଜିଲା ରେଡକ୍ରସ ଯୁଗ୍ମସମ୍ପାଦକ ଏ.ଆର ଖାନ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌‌ଘାଟନ କରିଥିଲେ। ଚାର୍ଟାଡ ଆକାଉଣ୍ଟାଣ୍ଟ ଚିନ୍ମୟ ବଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତା କମିଟି ସଭାପତି ଦୀପଙ୍କର ମିଶ୍ର ଓ ସମ୍ପାଦକ ସମୀର ଦାଶ ଉଦ୍‌‌ଘାଟନୀ ସମାରୋହକୁ ପରିଚାଳନା କରିଥିଲେ।

ରାଉରକେଲା, ବାରିପଦା, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ରାଇରଙ୍ଗପୁର, ଭଦ୍ରକରୁ ୬୪ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଉଦଯାପନି ଦିବସରେ ବିଜେତା ଦଳକୁ ୨୫୦୦୦ଟଙ୍କା ଏବଂ ଟ୍ରଫି ଏବଂ ଉପବିଜେତା ଦଳକୁ ୧୭୦୦୦ଟଙ୍କା ଓ ଟ୍ରଫି, ତୃତୀଯ ଦଳକୁ ୧୦୦୦୦ଟଙ୍କା ଓ ଟ୍ରଫି ଏବଂ ଚତୁର୍ଥ ଦଳକୁ ୫୦୦୦ଟଙ୍କା ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Comments are closed.