ଅଲାରନାଥ ମନ୍ଦିରରେ ପାଣି

0

ପୁରୀ: ଲଘୁଚାପଜନିତ ବର୍ଷାରେ ଅଲାରନାଥ ମନ୍ଦିର ବେଢାରେ ପାଣି ଜମି ରହୁଛି। ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ପାଣିରେ ପଶି ଅଲାରନାଥଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି। ରାଜ୍ୟ ଓ ଦେଶର କୋଣ ଅନୁକୋଣରୁ ଦୈନନ୍ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି ଅଲାରନାଥପୀଠକୁ । ରଥାଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ଶ୍ରୀକ୍ଷେତ୍ରକୁ। ସେହି ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ବ୍ରହ୍ମଗିରି ଯାଉଛନ୍ତି। ହେଲେ ମନ୍ଦିର ବେଢାରେ ଏପରି ଅବସ୍ଥା ଦେଖିଲେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି। ମନ୍ଦିର ବେଢା ଭିତରେ ବର୍ଷା ଜଳ ନିଷ୍କାସନ ହେବା ପାଇଁ ମଟର ଲଗାଯାଇଛି । ହେଲେ ତାହା ଜଳ ନିଷ୍କାସନ କରିବାରେ କାର୍ଯ୍ୟକ୍ଷମ ହୋଇପାରୁନି। ଏଥିନେଇ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଘଣ୍ଟା ଘଣ୍ଟା ଧରି ମନ୍ଦିର ବେଢା ଭିତରେ ପାଣି ଜମିକରି ରହୁଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପମ୍ପଲଗାଇ ଜଳନିଷ୍କାସନ କରାଯାଉଛି। ମନ୍ଦିର ବେଢାରୁ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply