BJD Bijuli 480×75 Mob

ବାଲଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୁଳ

BJD Bijuli 480×75 Mob

ବଲାଙ୍ଗିର -ଅକ୍ଷୟ ତୃତୀୟା ଚାଷୀଙ୍କ ଦିନ । ପରମ୍ପରା ଅନୁସାରେ ଏହି ଦିନ ହିଁ ଭଲ ଚାଷ ପାଇଁ ଜମିରେ ଚାଷୀ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୁଳ କରେ । କ୍ଷେତରେ ହଳ ବୁଲାଏ । ତା’ପରେ ପରେ ଧାନ ବୁଣେ । ପାଣି ମଡାଇବା ପରେ ବିଭିନ୍ନ ପର୍ଯ୍ୟାୟରେ ଚାଷୀ ଚାଷକୁ ଆଗେଇ ନିଏ । ଅକ୍ଷୟ ତୃତୀୟ ଅବସରରେ ମଙ୍ଗଳବାର ବଲଙ୍ଗିର ଲର୍କିପାଲି ସ୍ଥିତ ରାଜେନ୍ଦ୍ର କୃଷି ଫାର୍ମରେ କୃଷକ ଦିବସ ତଥା ଅକ୍ଷି ମୁଠି ଅନୁକୁଳ ପର୍ବ ଅନୁଷ୍ଠିତ ହୋଇଛି । ସେହିପରି ଜିଲା କିଷାନ କଂଗ୍ରେସ ପକ୍ଷରୁ ସଦର ବ୍ଲକ ଚିକଲବାହାଲ ପଞ୍ଚାୟତର ଫଟକରା ଗାଁରେ ଅକ୍ଷିମୁଠି ଅନୁକୁଳ କରିବା ସହ ଅକ୍ଷୟ ତୃତୀୟା ପାଳନ କରାଯାଇଛି ।

ହଳ ଲଙ୍ଗଳ ପୂଜା କଲେ ଜିଲାପାଳ ଓ ଜିଲା ପରିଷଦ ସଭାନେତ୍ରୀ ଜିଲା କଅଷି ଓ କୃଷକ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ରାଜେନ୍ଦ୍ର କୃଷି ଫାର୍ମରେ ଅକ୍ଷିମୁଠି ଅନୁକୁଳ ତଥା ସଭାରେ ଜିଲା ପରିଷଦ ସଭାନେତ୍ରୀ ଦେବକୀ ସାହୁ ମୁଖ୍ୟଅତିଥି, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୂମି ପୂଜା ସହ ପାରମ୍ପରିକ ପୂଜାର୍ଚ୍ଚନା ପରେ କ୍ଷେତରେ ଧାନ ବୁଣି ଅକ୍ଷିମୁଠି ଅନୁକୁଳ କରିଥିଲେ । ଆୟୋଜିତ ଆଲୋଚନାଚକ୍ରରେ ଚାଷୀମାନେ ଜାଗ୍ରତ ହେବା ସହ ଉଦ୍ୟମୀ ହୁଅନ୍ତୁ ବୋଲି କହିଥିଲେ । କୃଷି ଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଉଦ୍ୟୋଗୀ ଚାଷୀ ସୁଯୋଗ ନେବା ସହ ଆର୍ଥିନୈତିକ ଅଭିବୃଦ୍ଧିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ଜିଲା ପରିଷଦ ସଭାନେତ୍ରୀ ଶ୍ରୀମତୀ ସାହୁ ଚାଷୀମାନେ ଆମ ଦେଶର ମେରୁଦଣ୍ଡ । ତେଣୁ ସରକାରଙ୍କ କୃଷି ବିକାଶ ଓ କୃଷକ କଲ୍ୟାଣ ଯୋଜନାଗୁଡିକର ସଫଳ ରୂପାୟନ ଦିଗରେ ସମସ୍ତେ ଉଦ୍ୟମ କରିବାକୁ କହିଥିଲେ । ସେହିପରି ଚାଷ ଓ ଚାଷୀର ଉନ୍ନତି ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଗ ମତ ଦେଇଥିଲେ ।

ଆଲୋଚନାରେ କୃଷି, ଉଦ୍ୟାନ କୃଷି, ମୃର୍ତ୍ତିକା ସଂରକ୍ଷଣ, ଜଳ ବିଭାଜିକା ପ୍ରକଳ୍ପ, ଜୈବିକ କୃଷି, ରୋଗପୋକ ନିୟନ୍ତ୍ରଣ ଓ ଉତ୍ପାଦକତା ବୃଦ୍ଧି ବିଷୟରେ ବିଭାଗୀୟ ଅଧିକାରୀମାନେ ଚାଷୀମାନଙ୍କୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଜିଲା କୃଷି ଅଧିକାରୀ ଶାରଦା ପ୍ରସାଦ ମିଶ୍ର କୃଷି ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ଜିଲା ଉଦ୍ୟାନ କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ଭଞ୍ଜ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ମହିତୋଷ ଦାସ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସତ୍ୟମୟ ଶତପଥୀ, ମୃର୍ତ୍ତିକା ରସାୟନବିତ ବିମ୍ବାଧର ସାହୁ ଓ ଚାଷୀମାନେ ଉପସ୍ଥିତ ଥିଲେ । ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରଥିଲେ ।

Comments are closed.