www.samajalive.in
Saturday, December 6, 2025
15.1 C
Bhubaneswar

ପତ୍ନୀଙ୍କୁ ଅଜୟଙ୍କ ପ୍ରଶଂସା

ସିନେଜଗତର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଭାବେ ଅଜୟ ଦେବଗନ୍ ଓ କାଜଲ ଜଣାଯାନ୍ତି। ଦୁହେଁ ବିପରୀତ ସ୍ବଭାବର ହୋଇଥିବାବେଳେ ଏହା ମଧ୍ୟରେ ୧୯ ବର୍ଷ ସଫଳ ବୈବାହିକ ଜୀବନ ଅତିବାହିତ କରିସାରିଲେଣି। କାଜଲ ଖୁବ୍ ଗପୁଡ଼ି ହୋଇଥିବାବେ​‌େ​‌ଳ ଅଜୟ ଅତି ଆବଶ୍ୟକ ହେଲେ ହିଁ କଥା କୁହନ୍ତି। ଏଇ ନିକଟରେ ଅଜୟ ପତ୍ନୀଙ୍କ ପ୍ରଶଂସା ଗଣମାଧ୍ୟମ ସମ୍ମୁଖରେ କରିଛନ୍ତି। ପତ୍ନୀ କାଜଲ ତାଙ୍କର ସବୁ ଭୁଲ୍‌କୁ କ୍ଷମା କରି ଦେଇଥିବାବେଳେ ବିଭିନ୍ନ କାମରେ ସହଯୋଗ ଓ ସମର୍ଥନ ମଧ୍ୟ କରିଛନ୍ତି ବୋଲି ଅଜୟଙ୍କ ମତ। ସାଧାରଣତଃ ପତ୍ନୀମାନେ ଅଧିକ ଖର୍ଚ୍ଚ କରୁଥିବାରୁ ଅଧିକାଂଶ ସ୍ବାମୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥାଏ ହେଲେ କାଜଲ ବଦଖର୍ଚ୍ଚ କରିବାକୁ ଆଦୌ ଭଲପାନ୍ତି ନାହିଁ। ଏପରିକି ବିବାହବାର୍ଷିକୀ ହେଉ ବା ଜନ୍ମଦିନରେ, ଦାମୀ ଉପହାର ପାଇଁ ମଧ୍ୟ ଆଦୌ ଅଳି କରନ୍ତି ନାହିଁ। ପତ୍ନୀଙ୍କର ଏଇ ସୁଧାର ଗୁଣ ଦେଖି ଅଧିକାଂଶ ସମୟରେ ଅଜୟ ହିଁ କାଜଲଙ୍କୁ ନିଜ ତରଫରୁ ଭଲଭଲ ଉପହାର ଭେଟି ଦେଉଥିବାର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories