ନୂଆଦିଲ୍ଲୀ: ଏୟାରସେଲ୍ ମାକ୍ସିସ୍ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କୁ ମାର୍ଚ୍ଚ ମାସ ୮ ତାରିଖ ପର୍ୟ୍ୟନ୍ତ ଗିରଫ ନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମିଆଦ ବୃଦ୍ଧି କରିଛନ୍ତି। ପୂର୍ବରୁ କୋର୍ଟ ପକ୍ଷରୁ ଏହି ସୁରକ୍ଷା ଫେବୃଆରୀ ୧୮ ପର୍ଯ୍ୟନ୍ତ ଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମ୍ଙ୍କୁ ହାଜତକୁ ନେଇ ଜେରା କରିବା ପାଇଁ ଚାହିଁଥିଲା। ଶ୍ରୀ ଚିଦାମ୍ବରମ୍ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା। ଅନ୍ୟ ପକ୍ଷରେ କାର୍ତ୍ତି ଚିଦାମ୍ବରମ୍ଙ୍କୁ ମାର୍ଚ୍ଚ ମାସ ୫, ୬, ୭ ଓ ୧୨ ତାରିଖ ଦିନ ହାଜର ହେବା ପାଇଁ କୁହାଯାଇଛି।
Popular Categories



